ଗୁଣିଆ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

ମାଲକାନଗିରି : ଜିଲ୍ଲା ସଦର ମହକୁମା ଅଞ୍ଚଳର ତମସାପାଲ୍ଲୀ ଗାଁରେ ଗୁଣିଆ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି।

ଖବର ଅନୁଯାୟୀ ତମସାପାଲ୍ଲୀ ଗାଁର ଉଘ ପଡିଆମୀ ନାମ୍ନୀ ବୃଦ୍ଧା ଜଣଙ୍କ ଘରେ ଶୋଇଥିବା ବେଳେ ରାମ ସୋଡି ନାମକ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଏହାର କାରଣ ହେଲା ୬ ମାସ ତଳେ ରାମ ସୋଡିଙ୍କ ପୁଅ ଅଜଣା ରୋଗରେ ପ୍ରାଣ ହରାଇଥିଲେ। ବୃଦ୍ଧା ଜଣକ ଗୁଣିଗାରେଡି କରି ପୁଅକୁ ମାରିଦେଇଥିବା ରାମ ଅଭିଯୋଗ କରିବାରୁ ଗାଁରେ ଖାପ ପଞ୍ଚାୟତ ବସିଥିଲା। କିନ୍ତୁ ସେଥିରେ କୌଣସି ସମାଧାନ ହୋଇନପାରିବାରୁ ରାମ ଏଭଲି ପଦକ୍ଷେପ ନେଇଥିବା କୁହାଯାଉଛି। ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।