ଗୁଣୁପୁର ତହସିଲଦାର ନିଲମ୍ବିତ

ରାୟଗଡା : ରାୟଗଡା ଜିଲ୍ଲା ଗୁଣପୁର ତହସିଲଦାର ଲକ୍ଷ୍ମୀ ନାରାୟଣ ସାବତ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି। ଗତ ଶୁକ୍ରବାର ଓକିଲଗୁଡା ପଥର ଖାଦାନରେ ବିସ୍ଫୋରଣ ଘଟି ତିନିଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ୬ ଗୁରୁତର ହୋଇଥିଲେ। ଏହି ଘଟଣାରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ମତାମତ ଦିଅନ୍ତୁ ।