ଗୁଟ୍‌ଖା ବ୍ୟବସାୟୀଙ୍କୁ ଟଙ୍କା ମାଗିବା ଘଟଣାରେ ୪ କନ୍‌ଷ୍ଟେବଳ ନିଲମ୍ବିତ

ବ୍ରହ୍ମପୁର : ଗୁଟ୍‌ଖା ବୋଝେଇ ଗାଡ଼ି ଅଟକାଇ ଟଙ୍କା ମାଗିବା ଘଟଣାରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ୪ ଜଣ କନ୍‌ଷ୍ଟେବଳଙ୍କୁ ନିଲମ୍ବିତ କରିଛନ୍ତି। ସେମାନେ ହେଲେ କନେଷ୍ଟବଳ ଟୁକୁନା ସେଠୀ, ରାଜେନ୍ଦ୍ର ସେଠୀ, ସନ୍ତୋଷ କୁମାର ଜାଲ ଓ ଅଭିଯାନ ଗୋମାଙ୍ଗ।

ଖବର ଅନୁଯାୟୀ ଗତ ୨ ତାରିଖ ରାତିର ଏହି ଘଟଣା। ବଡ଼ବଜାର ଥାନା ଅଞ୍ଚଳରୁ ବାହାରିଥିବା ଏକ ଗୁଟ୍‌ଖା ଗାଡ଼ି ଲାଠି ଓ ବେନ୍ଦାଳିଆ ଗ୍ରାମଦେଇ ଯାଉଥିବା ବେଳେ ବଡ଼ବଜାର ଥାନାର ୪ ଜଣ କନଷ୍ଟେବଳ ଗାଡ଼ିକୁ ଅଟକାଇଥିଲେ। ଆଉ ମାଗିଥିଲେ ବୋଲି ଏମ୍‌.ରଞ୍ଜିତ ନାମକ ଜଣେ ଗୁଟ୍‌ଖା ବ୍ୟବସାୟୀ ଅଭିଯୋଗ କରିଥିଲେ। ବ୍ରହ୍ମପୁର ଏସ୍‌ପି ଏହି ଘଟଣାର ତଦନ୍ତ କରିଥିଲେ। ସତ୍ୟତା ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ମତାମତ ଦିଅନ୍ତୁ ।