ଗୁଟଖା କାରଖାନା ଉପରେ ଚଢ଼ାଉ

ସମ୍ବଲପୁର : ଜିଏସ୍‌ଟି ଠକେଇ ଅଭିଯୋଗରେ ରାଜ୍ୟ ଜିଏସ୍‌ଟି ପ୍ରବର୍ତ୍ତନ ବିଭାଗର ୩ଟି ଟିମ୍‌ ସମ୍ବଲପୁର ଭାଲୁପାଲିସ୍ଥିତ କେ.ପି.ସୁଗନ୍ଧ ସଫଲ ଫ୍ୟାକ୍ଟ୍ରି, କେ.ୱାଇ. ଟବାକୋ ଓ ନାରାୟଣୀ ଟ୍ରେଡିଂରେ ଚଢ଼ଉ କରିଛି। ଶୁକ୍ରବାର ପ୍ରବର୍ତ୍ତନ ବିଭାଗ ୩ଟି ସଫଲ୍‌ ବୋଝେଇ ଟ୍ରକ୍‌ ସମେତ ପ୍ରାୟ ଦେଢ଼ କୋଟି ଟଙ୍କାର ସାମଗ୍ରୀ ଜବତ କରିଥିବା ବେଳେ ଶନିବାର ଆହୁରି ଅଢ଼େଇ କୋଟି ଟଙ୍କାର ଷ୍ଟକ୍‌ ହେର୍‌ଫେର୍‌ ଘଟଣା ସାମ୍ନାକୁ ଆସିଛି।

ଖବର ଅନୁଯାୟୀ କୋଟି କୋଟି ଟଙ୍କାର ଟବାକୋ ବଜାରକୁ ଛଡ଼ା ଯାଇଛି। କିନ୍ତୁ ଷ୍ଟକ୍‌ ଦେଖାଯାଇନାହିଁ। ଏସମ୍ପର୍କୀତ ଟିକସ ମଧ୍ୟ ପୈଠ କରାଯାଇନଥିବା ଜଣାପଡ଼ିଛି। ସେଥିପାଇଁ କମ୍ପାନିର ସମସ୍ତ ଆକାଉଣ୍ଟସ୍‌ ବୁକ୍‌ ଓ ଷ୍ଟକ୍‌ ଏଣ୍ଟ୍ରି ରିପୋର୍ଟ ଜବତ କରାଯାଇଛି। ରବିବାର ଚଢ଼ଉ ସାରିବା ପରେ ଶେଷ ବିଧିବଦ୍ଧ ସୂଚନା ପ୍ରଦାନ କରାଯିବ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।