ଗୁଟଖା ଖାଇବାରୁ ବର ଶିଶୁପାଳ : ବାହା ହେବାକୁ ମନାକଲା କନ୍ୟା

ବାଲିଆ : ଗୁଟଖା ଖାଇବା ବରକୁ ମହଙ୍ଗା ପଡିଛି। ବିବାହ କରିବାକୁ ମନା କରିଦେଇଛି କନ୍ୟା। ଏପରି ଘଟଣା ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଘଟିଛି।

ମନିଆର ଥାନାର ଅଧିକାରୀ ଶୈଳେନ୍ଦ୍ର ସିଂହଙ୍କ ସୂଚନା ଅନୁଯାୟୀ ମିଶ୍ରୋଲୀ ଗାଁର କନ୍ୟାଙ୍କର ଜୁନ୍ ୫ ତାରିଖରେ ଖେଜୁରୀ ଗାଁର ଯୁବକଙ୍କ ସହ ବିବାହ ହେବାର ଥିଲା। ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚିଥିଲେ ବର। ସେତେବେଳେ କନ୍ୟା ଦେଖିଲେ ବର ଗୁଟଖା ଚୋବାଉଛନ୍ତି ବାହା ହେବାକୁ ମନା କରିଦେଲା। ଆଉ ବିବାହ ଅଟକିଲା। ପରିବାର ପରସ୍ପରଠାରୁ ମିଳିଥିବା ଉପହାର ଫେରାଇବାକୁ ନିଷ୍ପତ୍ତି ନେଲେ। ହେଲେ କୁହାଯାଉଛି ବିବାହ ପାଇଁ କନ୍ୟା ଅରାଜି ହେବାରୁ କିଛି ସମୟ ଖୁବ୍ ହଙ୍ଗାମା ହୋଇଥିଲା। କିନ୍ତୁ ଗାଁର ମୁରବୀଙ୍କ ହସ୍ତକ୍ଷେପ ପରେ ମାମଲା ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର
between image and heading

Comments are closed.