ଗ୍ୟାଙ୍ଗଷ୍ଟର ହାଇଦରକୁ କରୋନା

0

କଟକ : ଗ୍ୟାଙ୍ଗଷ୍ଟର ହାଇଦର କରୋନାରେ ଆକ୍ରାନ୍ତ। ଆରଟିପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

କଟକ ସିଟି ଜେଏମ୍‌ଏଫ୍‌ସି କୋର୍ଟରେ ଗତକାଲି ହାଇଦରକୁ ହାଜର କରାଯିବା ପରେ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଥିଲା। ଆଜି ସକାଳ ୭ଟାରୁ ୨୩ ତାରିଖ ସକାଳ ୭ଟା ଯାଏ ତା’ର ରିମାଣ୍ଡ ଅବଧି ରହିଛି। ମଙ୍ଗଳାବାଗ ପୋଲିସ ୭ ଦିନଆ ରିମାଣ୍ଡରେ ନେଇଥା’ନ୍ତା। କିନ୍ତୁ କରୋନା ପଜିଟିଭ ଚିହ୍ନଟ ପରେ ହାଇଦରକୁ ଚୌଦ୍ୱାର ଜେଲ୍‌ର ଆଇସୋଲେସନ୍‌ ୱାର୍ଡରେ ରଖାଯାଇଛି।

Leave A Reply

Your email address will not be published.