ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୮ ବଖରା ଜଳିଗଲା

ଖୋର୍ଦ୍ଧା : ଜଙ୍କିଆ ଥାନା ଅନ୍ତର୍ଗତ ଟାଙ୍କୋଲ ଗ୍ରାମର ପଣ୍ଡାସାହିରେ ଅଘଟଣା ଘଟିଛି। ରୋଷେଇ ଗ୍ୟାସ ସିଲିଣ୍ଡର ଫାଟି ଯାଇ ବିସ୍ଫୋରଣ ହେବାରୁ ଆଜି ୮ ବଖରା ଘର ଜଳି ଯାଇଛି। ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ପାଉଁଶ ହୋଇଯାଇଛି। ଗାଁ ଲୋକଙ୍କ ଠାରୁ ଖବର ପାଇ ଟାଙ୍ଗି ଓ ରଣପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ ଆୟତ୍ତ କରିଥିବା ଜଣାଯାଇଛି।

ମତାମତ ଦିଅନ୍ତୁ ।