ହାଡ ଦୁର୍ବଳ କରେ ଏହି ୪ଟି ଖାଦ୍ୟ

0

ଶରୀରର ହାଡ଼କୁ ମଜଭୁତ ରଖିବାକୁ ଆବଶ୍ୟକ ହୁଏ କ୍ୟାଲସିୟମ୍ ଓ ଭିଟାମିନ୍ ଡି। କିନ୍ତୁ ଏଥପ୍ରତି ଦୃଷ୍ଟି ନେଇ ଲୋଭର ବଶବର୍ତ୍ତୀ ହୋଇ ଆମେ ଏମିତି ଖାଦ୍ୟ ଖାଇଥାଉ ଯାହା ହାଡ଼କୁ ଦୁର୍ବଳ କରିଦିଏ।

ଫୁଡ୍ ଓ ନ୍ୟୁଟ୍ରିସନ୍ ଏକ୍ସପର୍ଟଙ୍କ ମତ ହେଲା ଅନେକ ଖାଦ୍ୟ ରହିଛି ଯାହା କ୍ୟାଲସିୟମ୍ ଓ ଭିଟାମିନ୍ ଡି’କୁ ଶରୀରରେ ଠିକ୍ ଭାବେ ବିଶୋଷିତ କରାଇଦେଇ ନ ଥାଏ। ଫଳରେ ଶରୀରର କ୍ୟାଲସିୟମ୍ ଅଭାବ ହାଡ଼ରୁ ପୂରଣ ହୁଏ। ଏଥିପାଇଁ ହାଡ଼ ଦୁର୍ବଳ ହୋଇ ଫ୍ୟାକଚର୍ (ଭାଙ୍ଗିବା) ହେବାର ଆଶଙ୍କା ବଢ଼ିଯାଏ।

ସେହିପରି କୁହାଯାଇଛି ଚିପ୍ସ୍ ଭଳି ସ୍ନାକ୍ସରେ ସୋଡିୟମର ମାତ୍ରା ବହୁ ମାତ୍ରାରେ ରହିଛି। ଏହାକୁ ଅଧିକ ଖାଇଲେ ଶରୀରର କ୍ୟାଲସିୟମ୍ ମୂତ୍ରାଶୟରୁ ବାହାରକୁ ପଳାଇ ଯିବାରୁ ହାଡ଼ ଦୁର୍ବଳ ହୋଇଯାଏ।

ଚିନିଜାତୀୟ ଖାଦ୍ୟ ଓ ପାନୀୟରେ ଫସଫରିକ୍ ଏସିଡ୍ ଭଳି ରାସାୟନିକ ପଦାର୍ଥ ଅଧିକ ରହିଛି। ଏହାକୁ ଅଧିକ ବେଶୀ ଖାଇଲେ ହାଡ଼ ଦୁର୍ବଳ ହୁଏ।

ପ୍ୟାକେଟରେ ଆସୁଥିବା ପ୍ରୋସେସ୍ଡ୍ (ତିଆରି ହୋଇଥିବା) ଖାଦ୍ୟରେ ସୋଡିୟମର ପରିମାଣ ମଧ୍ୟ ଅଧିକ। ଏହା ଶରୀରରେ କ୍ୟାଲସିୟମ୍ ମାତ୍ରା କମ୍ କରିବା ଯୋଗୁ ହାଡ଼ ଦୁର୍ବଳ ହୋଇଥାଏ।

ବର୍ଗର, ପିଜ୍ଜା ଓ ପାସ୍ତା ଆଦି ଜଙ୍କ୍ ଫୁଡରେ ସୋଡିୟମ୍ ମାତ୍ରା ଅଧିକ ଥିବାରୁ ଏହା ଶରୀରରେ କ୍ୟାଲସିୟମ୍ ମାତ୍ରାକୁ କମ୍ କରିଦିଏ। ଏହା ମଧ୍ୟ ହାଡ଼ ଦୁର୍ବଳର କାରଣ ହୋଇଥାଏ।

Leave A Reply

Your email address will not be published.