Breaking Newsଦେଶ-ବିଦେଶ

ହାଇ ଭୋଲଟେଜ୍ ତାର ସଂସ୍ପର୍ଶରେ ଆସି ବସ୍ ଜଳିଗଲା

ଜୟପୁର : ଦିଲ୍ଲୀ-ଜୟପୁର ହାଇୱେରେ ଏକ ବସ ହାଇ ଭୋଲଟେଜ୍ ତାର ସଂସ୍ପର୍ଶରେ ଆସି ଜଳିଯାଇଛି। ଫଳରେ ୩ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ହାଇୱେ ଉପର ଦେଇ ଯାଇଥିବା ହାଇ ଭୋଲଟେଜ୍ ତାର ତଳକୁ ଖସି ରହିଥିଲା। ଏହି ତାର ସଂସ୍ପର୍ଶରେ ଆସିବାରୁ ଏକ ଯାତ୍ରୀବାହୀ ବସରେ ନିଆଁ ଲାଗିଯାଇଥିଲା। ହଠାତ ଏହି ଦୁର୍ଘଟଣା ଘଟିବାରୁ ଲୋକେ ବାହାରକୁ ବାହାରି ପାରିନଥିଲେ। ଫଳରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୋଲିସ ଅନ୍ୟ ଯାତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛି। ତେବେ ବସଟି ସମ୍ପୁର୍ଣ୍ଣ ଜଳିଯାଇଛି।

ମତାମତ ଦିଅନ୍ତୁ ।

Back to top button