ହାଇଦର ନେଟୱର୍କର ଆଲବମ୍ ହିରୋଇନ୍

ଭୁବନେଶ୍ଵର : ଗ୍ୟାଙ୍ଗଷ୍ଟର ହାଇଦର କଟକ ବଡ ମେଡିକାଲରୁ ଫେରାର ହୋଇ ତେଲେଙ୍ଗାନାରୁ ଗିରଫ ପରେ ଏବେ ଅନେକ ଘଟଣା ସାମ୍ନାକୁ ଆସୁଛି। ହାଇଦରର ଅପରାଧ ନେଟୱର୍କରେ ଅନେକ ଯୁବତୀ ରହିଥିବା ବେଳେ ଚର୍ଚ୍ଚାକୁ ଆସିଛନ୍ତି ଜଣେ ଆଲବମ୍ ହିରୋଇନ୍। ବାଲେଶ୍ୱର ଭୋଗରାଇ ଅଞ୍ଚଳର ଏଇ ଯୁବତୀ ଅର୍ଚ୍ଚନା ପରିଡ଼ା ଓରଫ୍ ଗେଲ୍ଲୀଙ୍କୁ ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ ସୂଚନା ରହିଛି ଆଲବମ୍ ହିରୋଇନ୍ ଅର୍ଚ୍ଚନା ଏକାଧିକ ଥର ଏସ୍‌ସିବିକୁ ଆସି ହାଇଦରଙ୍କୁ ଦେଖା କରିଛନ୍ତି। କିନ୍ତୁ ଯୁବତୀର ବାପା କହିଛନ୍ତି ଗତ ଡିସେମ୍ବର ୨୭ ତାରିଖରେ ଝିଅ ଭୁବନେଶ୍ୱରରେ ଚାକିରୀ ପାଇଁ ଜିଦ କରି ଯାଇଥିଲେ। ତା’ର ମାନସିକ ବିକୃତି ରହିଛି। ସେ ଜଣେ ସାଇକୋ ପେସେଣ୍ଟ। ଆମ କଥା ନମାନି ଘରୁ ପଳାଇ ଯାଇଥିଲା। ହେଲେ ଫୋନ୍‌ରେ ଯୋଗାଯୋଗରେ ରୁହେ। ଭୁବନେଶ୍ୱରରେ ସେ ଏକ ସଂସ୍ଥାରେ ଡାଟା ଏଣ୍ଟ୍ରି କାମ କରୁଥିଲା। ସେ କେନ୍ଦ୍ରାପଡାର ଲକି ନାମକ ଝିଅ ସଂସ୍ପର୍ଶରେ ଆସିଥିଲା। ହେଲେ ହାଇଦର ସମ୍ପର୍କରେ ଝିଅର କ’ଣ ସମ୍ପର୍କ ଆମେ ଜାଣିନାହୁଁ। ତାକୁ ଫସାଇ ଦିଆଯାଇଥାଇ ପାରେ ବୋଲି ସେ ଆଶଙ୍କା କରିଛନ୍ତି।

ଅନ୍ୟପକ୍ଷରେ କେବଳ ଅର୍ଚ୍ଚନା ନୁହଁନ୍ତି ପଟ୍ଟାମୁଣ୍ଡାଇ ଓ ମାହାଙ୍ଗାର ଆଉ ଦୁଇ ଯୁବତୀ ମଧ୍ୟ ହାଇଦରକୁ ଭେଟିଥିଲେ। ଷଡ଼ଯନ୍ତ୍ରର ମୁଖ୍ୟ ହାଇଦର ଧରମପୁଅ ଇସ୍ତିୟାକ୍ ଖାନ ସହ ମଧ୍ୟ ଏମାନଙ୍କର ସଂପର୍କ ଥିଲା। ହାଇଦର ଫେରାର ବେଳେ ଏମାନେ ଯୋଗାଯୋଗରେ ଥିଲେ। ତେବେ କାହା ମାଧ୍ୟମରେ ଅର୍ଚ୍ଚନା ସହ ୩ ଯୁବତୀ ହାଇଦର ଲିଙ୍କରେ ଆସିଥିଲେ ତାହାର ଖୋଳତାଡ଼ା କଟକ ପୋଲିସ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Back to top button