ହାଇଦର ଫେରାର୍ ପାଇଁ ୬ ପୋଲିସ କର୍ମଚାରୀ ନିଲମ୍ବିତ

କଟକ : କଟକ ବଡ ଡାକ୍ତରଖାନାରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ଘଟଣାରେ ଜଣେ ହାବିଲଦାର ଓ ୫ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ, କନେଷ୍ଟବଳ ବୁଲବୁଲ ସାହୁ, ଦୀପକ ସାହୁ, ଏମ ଡି ମୌସୁମ, ଉମାକାନ୍ତ ବେହେରା ଓ ସୁଧାଂଶୁ ମାଝୀ।

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଏବେ ନାନା କଥା ଶୁଣିବାକୁ ମିଳୁଛି। କୁହାଯାଉଛି ଫେରାର ପଛରେ କଟକ ସହଯୋଗୀଙ୍କ ଲିଙ୍କ ରହିଛି। ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ହାଇଦର ଫୋନ ବ୍ୟବହାର କରୁଥିଲା। ତେଣୁ ସହଯୋଗୀ ଫେରାର କରିବାରେ ସାହାଯ୍ୟ କରିଛନ୍ତି। ଗ୍ୟାଙ୍ଗଷ୍ଟର ହାଇଦର ୨ଟି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସମ୍ବଲପୁର ଜେଲରେ ଆଜୀବନ କଏଦୀ ଭାବେ ବନ୍ଦୀ ହୋଇଥିଲା। ମାତ୍ର ଦେହ ଅସୁସ୍ଥ ହେବାକୁ ତାକୁ ପ୍ରଥମେ ବୁର୍ଲା ଓ ପରେ କଟକ ଏସସିବି ମେଡିକାଲକୁ ସ୍ଥାନନ୍ତର କରାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button