ହାଇଦର ଫେରାର୍‌ ରହସ୍ୟ ଖୋଲିଲେ ପୋଲିସ କମିଶନର

କଟକ : କଟକ ବଡ ମେଡିକାଲରୁ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ଗତକାଲି ତେଲେଙ୍ଗାନାର ସାଙ୍ଗାରେଡ୍ଡିରୁ ପୋଲିସ ଗିରଫ କରିଥିଲା। ତାଙ୍କୁ ଧରିବା ପାଇଁ ହୋଇଥିଲା ୧୨୦ ଘଣ୍ଟାର ଅପରେସନ। ଏ ସମ୍ପର୍କରେ ଆଜି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସଂପୂର୍ଣ୍ଣ ବିବରଣୀ ଦେଇଛନ୍ତି। ସେ କହିଛନ୍ତି ହାଇଦରକୁ ପଚରାଉଚରା ପରେ ବହୁ ତଥ୍ୟ ଉନ୍ମୋଚନ କରାଯିବ।

ଶୁକ୍ରବାର ସୌମେନ୍ଦ୍ର ସେକ ହାଇଦର ଜଣେ କୁଖ୍ୟାତ ଅପରାଧୀ। ୨ଟି କେସ୍‌ରେ ସମ୍ବଲପୁର ଜେଲ୍‌ରେ ଆଜୀବନ ସଜା କାଟୁଥିଲା। ଅସୁସ୍ଥତା ଯୋଗୁ ମାର୍ଚ୍ଚ ୨୩ରୁ ସମ୍ବଲପୁର ଜେଲ୍‌ରୁ କଟକ ଏସସିବି ଆସିବାର ମାତ୍ର ୧୭ ଦିନ ପରେ ଗତ ୧୦ ତାରିଖ ଅପରାହ୍ନ ପ୍ରାୟ ୪ଟାରୁ ୪.୩୦ ମଧ୍ୟରେ ଜଗିଥିବା ଗାର୍ଡକୁ ନିଶାଗ୍ରସ୍ତ କରି ଫେରାର ହୋଇଯାଇଥିଲା। ସନ୍ଧ୍ୟା ୭ଟା ପରେ ଏ ସମ୍ପର୍କରେ କଟକ ପୋଲିସକୁ ଖବର ମିଳିଥିଲା। ଏହା ପରେ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଥିଲ। କିନ୍ତୁ ସେ କାର୍‌ରେ କଟକ ପାର୍‌ ହୋଇ ହାଇଦ୍ରାବାଦ ଅଭିମୁଖେ ଚାଲି ଯାଇଥିଲା। ପୋଲିସ ତୁରନ୍ତ କିଛି ଖବର ନ ଥିବାରୁ ହାଇଦର ଏହି ସୁଯୋଗର ସଦୁପଯୋଗ କରି ଫେରାର ଖସିଯିବାକୁ ସକ୍ଷମ ହୋଇଥିଲା।

ହାଇଦର ରାଜ୍ୟ ବାହାରକୁ ଖସିଯାଇପାରେ ବୋଲି ସନ୍ଦେହ କରି କଟକ ପୋଇସ ଟିମ୍‌ ପଶ୍ଚିମ ବଙ୍ଗ, ମହାରାଷ୍ଟ୍ର, ଆନ୍ଧ୍ର, ତେଲେଙ୍ଗାନା ଓ ଝାଡ଼ଖଣ୍ଡ ଯାଇଥିଲେ। ଏହା ମଧ୍ୟରେ ଟେକନିକାଲ ସୁରାଗ ସହ ପୁରୁଣା କଣ୍ଟାକ୍ଟ ଖୋଜିଲୁ। ପରେ ସହଯୋଗୀ ୟାକୁବ ଗିରଫ ହେଲା।

ସେ କହିଲେ ହାଇଦର ଆନ୍ଧ୍ର-ତେଲେଙ୍ଗାନା ପଟକୁ ଯାଇଥିବା ନେଇ ଗତ ୧୧ ତାରିଖରେ ଖବର ପାଇଲୁ। ବାଦାମବାଡ଼ି ଓ ଚାଉଳିଆଗଞ୍ଜ ଆଇଆଇସିଙ୍କ ନେତୃତ୍ୱରେ ୨ଟି ଟିମ୍‌ ୧୧ ତାରିଖ ରାତିରେ ଓ ୧୨ ତାରିଖ ସକାଳେ ସେଠାରେ ପହଞ୍ଚି ଖୋଜାଖୋଜି ଆରମ୍ଭ କଲେ। ହାଇଦରର ପୁଅ ସେଠାରେ ଥିବାରୁ ଆମେ ସନ୍ଦେହ କରୁଥିଲୁ ସେ ଯାଇଥିବ। ପାଖରେ ଥିବା ପିଲା ମଧ୍ୟ ତାକୁ ସହଯୋଗ କରୁଥିଲେ। ସାଇବର ଟିମ୍‌ ସହାୟତାରେ ଲୋକେସନ ଖୋଜି ସିସିଟିଭିରୁ କିଛି ତଥ୍ୟ ପାଇଲୁ। ଗୋଟିଏ ଗାଡ଼ିରେ ଫେରାର ହୋଇଥିବା ଜାଣିବାକୁ ପାଇବ ପରେ ୧୩, ୧୪, ୧୫ ଅପରେସନ ଚାଲିଥିଲା। ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ଗତକାଲି ବାଇକ୍‌ରେ ହାଇଦର ଜଣଙ୍କ ସହ ଯାଉଥିବା ଜାଣିବାକୁ ପାଇ ତାକୁ କାବୁ କରିଥିଲୁ। ସେତେବେଳେ ତା’ ପାଖରେ କିଛି ମାରଣାସ୍ତ୍ର ନ ଥିଲା। ବାଦାମବାଡ଼ି ଆଇଆଇସି ତାକୁ କାବୁ କରି ସନ୍ଧ୍ୟା ସାଢେ ୬ଟାରେ ଗିରଫ କରିଥିଲେ।

ଗତକାଲି ବିଳମ୍ବିତ ରାତିରେ ସେଠାକାର ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରି ଆଜି ସକାଳୁ ବିମାନ ଯୋଗେ ଭୁବନେଶ୍ୱର ଆଣି ସେଠାରୁ କଟକ ଆଣିଥିଲୁ। ମଙ୍ଗଳାବାଗ ଥାନାରେ ରୁଜୁ ହୋଇଥିବା କେସ୍‌ରେ ଆଜି ତାକୁ କୋର୍ଟ ଚାଲାଣ କରାଯିବ। ଏହାପରେ ରିମାଣ୍ଡରେ ଆଣି କିପରି ଫେରାର ହେଲା, କିଏ ସାହାଯ୍ୟ କଲା, କଣ ଷଡ଼ଯନ୍ତ୍ର ଥିଲା ତା’ର ତଦନ୍ତ ହେବ। ଇତି ମଧ୍ୟରେ ତାର ୭ ସହଯୋଗୀଙ୍କୁ ପଚରାଉଚରା କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button