ହାଇକୋର୍ଟରେ ବନ୍ଦ ହେଲା ନୟାଗଡ଼ ‘ପରୀ’ ହତ୍ୟାକାଣ୍ଡ ଶୁଣାଣି

0

କଟକ: ନୟାଗଡ଼ ‘ପରୀ’ ହତ୍ୟାକାଣ୍ଡ ସଂପର୍କିତ ଜନସ୍ଵର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଛି ‘ପରୀ’ର ମା’ ସୌଦାମିନୀ ସାହୁ ଘଟଣାର ସିବିଆଇ ତଦନ୍ତ ଦାବିକରି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି।

ଜାନୁଆରି ୧୩ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଓଡ଼ିଶା ସରକାରଙ୍କ ସମେତ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଏପ୍ରିଲ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ତେଣୁ ଏହି ପ୍ରସଂଗକୁ ବିଚାରକୁ ନେଇ ଖଣ୍ଡପୀଠ ଜନସ୍ଵାର୍ଥ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ଟାଣିଥିବା ବେଳେ ଆବେଦନକାରୀ ଚାହିଁଲେ ସୁପ୍ରିମକୋର୍ଟରେ ବିଚାରାଧୀନ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଆଇନ ଅନୁସାରେ ପ୍ରକ୍ରିୟା ଅନୁସରଣ କରି ପାରିବେ ବୋଲି କହିଛନ୍ତି। ଏଥିସହ ‘ପରୀ’ ହତ୍ୟା ମାମଲାର ତଦନ୍ତ ସଂପର୍କିତ ଷ୍ଟାଟସ୍ ରିପୋର୍ଟକୁ ମୁଦା ଲଫାପାରେ ରଖିବାକୁ ହାଇକୋର୍ଟ ରେଜିଷ୍ଟ୍ରିକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.