ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପିପିଲି ଥାନାରେ ମାମଲା ରୁଜୁହେଲା

ଭୁବନେଶ୍ୱର : ରାଜ୍ୟ ପୋଲିସର କାର୍ଯ୍ୟକାରିତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏକାଧିକବାର ଥାନାକୁ ଦୌଡ଼ି ନିରାଶ ହେବାପରେ ପୋଲିସ ଜଣେ ମହିଳାଙ୍କ ଅଭିଯୋଗକୁ ଗ୍ରହଣ ନକରିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମହିଳାଙ୍କ ଅଭିଯୋଗକୁ ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ଥାନା ଅଧିକାରୀ ଗ୍ରହଣ କରିଛନ୍ତି। ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୪୧, ୩୨୩, ୨୯୪, ୩୭୯, ୪୨୭, ୫୦୬ ଓ ୩୪ରେ ଏକ ମାମଲା ରୁଜୁ ହୋଇଛି।

ଖବର ଅନୁଯାୟୀ ପିପିଲି ଥାନା ଅନ୍ତର୍ଗତ ନିଜଗଡ଼କୁରୁଖି ଗ୍ରାମର ସୁବାସିନୀ ଧଳ ସେହି ଗ୍ରାମର ସୁବଳ ଧଳ, ପ୍ରକାଶ ଧଳ, ପ୍ରଭାସ ଧଳ ପ୍ରମୁଖଙ୍କ ନାମରେ ଅନେକବାର ପିପିଲି ପୋଲିସ ନିକଟରେ ଅଭିଯୋଗ କରିଥିଲେ। ସୁବାସିନୀ ଦର୍ଶାଇଥିଲେ ଏହି ବ୍ୟକ୍ତିମାନେ ତାଙ୍କ ଜମିବାଡ଼ିକୁ ଜୋର ଜବରଦସ୍ତ ଦଖଲ କରିବା ସହିତ ବଂଶ ଲୋପ କରିଦେବାକୁ ଉଦ୍ୟମ କରୁଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କର ଦୁଇ ନାତୁଣୀ ସ୍କୁଲ ଯାଇନପାରି ଶିକ୍ଷାପ୍ରାପ୍ତିରୁ ବଛିତ ହେଉଛନ୍ତି। କିନ୍ତୁ ପିପିଲି ଥାନା ସୁବାସିନୀଙ୍କ ଅଭିଯୋଗକୁ ଗୁରୁତ୍ୱ ନଦେବାରୁ ସେ ପରିବାରର ସୁରକ୍ଷା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button