ହାଇସ୍କୁଲ୍‌ ହିନ୍ଦୀ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍

ବ୍ରହ୍ମପୁର : ଭିଜିଲାନ୍ସ ସ୍କାନନରେ ଗଞ୍ଜାମ ଜିଲ୍ଲାର ହାଇସ୍କୁଲ୍‌ ହିନ୍ଦୀ ଶିକ୍ଷକ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରଙ୍ଗେଇଲୁଣ୍ଡା ବ୍ଲକ ଝାଡ଼ଙ୍କୁଲି ଯଶୋଦା ହାଇସ୍କୁଲ୍‌ର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି।

ଖବର ଅନୁଯାୟୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କ ବ୍ରହ୍ମପୁର ଦ୍ଵିତୀୟ ଲେନ୍‌ ବୈକୁଣ୍ଠନଗର ବାସଭବନରେ ଭିଜିଲାନ୍ସ ରେଡ୍ କରିଛି। ଏହାଛଡା ସେହି ଅଞ୍ଚଳରେ ଭଡ଼ା ଲଗାଇଥିବା ଘର ସମେତ ବ୍ରହ୍ମାନଗରରେ ଥିବା ୪ ମହଲା କୋଠା, ନିମଖଣ୍ଡିରେ ଦୋକାନ ଘର, ଭୁବନେଶ୍ଵର କଳ୍ପନା ଛକରେ ପତ୍ନୀ ଓ ପିଲା ରହୁଥିବା ଘର, ପୁରୀ ଶ୍ରୀମନ୍ଦିର ସମ୍ମୁଖ ବିଏଚ୍‌କେ ଫ୍ଲାଟ୍‌, ଭୁବନେଶ୍ଵର ସୁନ୍ଦରପଦାରେ ୩ବିଏଚ୍‌କେ ଆପାର୍ଟମେଣ୍ଟ୍‌, ଯଶୋଦା ହାଇସ୍କୁଲ୍‌ ଅଫିସ୍‌, ପୈତୃକ ଗୃହ ଓ ଚିକିଟିରେ ଥିବା ବେସରକାରୀ ସ୍କୁଲ୍‌ରେ ଚଢ଼ଉ ହୋଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।