ହଳଦିଆ ରଙ୍ଗର ବିରଳ କଇଁଛ

ହଳଦିଆ କଇଁଛ। ଏଭଳି ରଙ୍ଗର କଇଁଛ ସାଧରଣତଃ ଦେଖିବାକୁ ମିଳେନାହିଁ। କିନ୍ତୁ ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାଜନପୁର ଗ୍ରାମରେ ଏହା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ହଳଦିଆ ରଙ୍ଗର ବିରଳ କଇଁଛ ସାଜନପୁର ଗ୍ରାମର ଚାଷୀ ବାସୁଦେବ ମହାପାତ୍ରଙ୍କ ଜମିରୁ ଉଦ୍ଧାର ହୋଇଛି। ରବିବାର ବାସୁଦେବ ଜମିରେ କାମ କରୁଥିବା ବେଳେ ଏହି କଇଁଛକୁ ଦେଖି ତାକୁ ଘରକୁ ଆଣିଥିଲେ। କଇଁଛ ସାଧାରଣତଃ ଦେଖିବାକୁ ମାଟିଆ ରଙ୍ଗର। କିନ୍ତୁ ଏହି ହୋଇଥିବା ବେଳେ ଏହା କଇଁଛଟି ସମ୍ପୂର୍ଣ୍ଣ ହଳଦିଆ। ଏହାକୁ ଦେଖିବାକୁ ଆଖପାଖ ଲୋକଙ୍କ ଭିଡ଼ ଜମିଥିଲା। ପରେ ବାସୁଦେବ କଇଁଛଟିକୁ ବନ ବିଭାଗକୁ ହସ୍ତାନ୍ତର କରି ଦେଇଥିଲେ।

ମତାମତ ଦିଅନ୍ତୁ ।