ହଲମାର୍କ ହେଲମେଟ୍ ନପିନ୍ଧିଲେ ଗଣିବାକୁ ପଡିବ ତଣ୍ଡ

ନୂଆଦିଲ୍ଲୀ : ଏଣିକି ଶସ୍ତା ଓ ନିମ୍ନମାନର ହେଲମେଟ୍ ପିନ୍ଧିଲେ ଜରିମାନା ଦେବାକୁ ପଡିବ। ତେଣୁ ବାଇକ ଚାଳକ କେବଳ ହଲମାର୍କ ଥିବା ହେଲମେଟ୍ ପିନ୍ଧିପାରିବେ। ହେଲମେଟ୍ ପାଇଁ ନୂଆ ନିୟମରେ ‘ହଲମାର୍କ’ ହେଲମେଟ୍ ବାଇକ ଚାଳକ ନ ପିନ୍ଧିଲେ ୧୦୦୦ ଟଙ୍କା ଜରିମାନା ଆଦାୟ କରାଯିବ। ସଡକ ସୁରକ୍ଷା ପାଇଁ ସରକାର ଏପରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି।

କେନ୍ଦ୍ର ସରକାର ନୂଆ ଟ୍ରାଫିକ୍ ନିୟମ ଆଣିବା ପରେ ଏହା ସାରା ଦେଶରେ ଲାଗୁ ହୋଇଛି। ଏଥିରେ ବାଇକ୍ ଚାଳକଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ତେବେ ଫାଇନକୁ ଫାଙ୍କିବା ପାଇଁ ବାଇକ ଚାଳକ ଯେକୌଣସି ମାନର ହେଲମେଟ୍ ପିନ୍ଧୁଛନ୍ତି। ଯାହା ସୁରକ୍ଷା ଦୃଷ୍ଟିରୁ ଅନେକ ସମୟରେ ବିପଦପୂର୍ଣ୍ଣ ସାବ୍ୟସ୍ତ ହେଉଛି। ଶସ୍ତା ହେଲମେଟ୍ ଦୁର୍ଘଟଣା ଘଟିଲେ ଜୀବନ ରକ୍ଷା କରିପାରୁ ନାହିଁ।

ମତାମତ ଦିଅନ୍ତୁ ।