ହଣାଖାଇଲେ ପତ୍ନୀ ଓ ପ୍ରେମିକ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଅନୈତିକ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ। ପତ୍ନୀ ଓ ପ୍ରେମିକକୁ କଟୁରୀରେ ହାଣିଲା ସ୍ଵାମୀ। ଏହି ଘଟଣାରେ ପ୍ରେମିକର ମୃତ୍ୟୁ ହୋଇଥିବା ବେଳେ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ଯାଇଦୁଧିଆଣି ଗ୍ରାମପଞ୍ଚାୟତ ବୁଢ଼ୀଗାଁ ଗାଁର ରୁପା ହେମ୍ବ୍ରମ ୩ ବର୍ଷ ପୂର୍ବରୁ ପାର୍ବତୀ ହେମ୍ବ୍ରମକୁ ବିବାହ କରିଥିଲେ। ବନବିଭାଗର ଦୁଧିଆଣି ରେଞ୍ଜ ମହାବୀରଶାଳ ସେକ୍ସନ ଅନ୍ତର୍ଗତ ରିଜର୍ଭ ଜଙ୍ଗଲରେ କାର୍ଯ୍ୟ କରୁଥିଲେ ରୂପା। ଦିନ ସମୟରେ ଘରେ କେହି ରହୁଥିବା ସୁଯୋଗ ନେଇ ସେହି ଗାଁର ଫୁଟେ ଦେହୁରୀ ନାମକ ଯୁବକ ପାର୍ବତୀକୁ ଭଲ ପାଇ ବାହା ହେବାକୁ ରାଜି କରାଇଥିଲା। ଏ ସମ୍ଭନ୍ଧରେ ରୁପା ଜାଣିନଥିଲେ। କିନ୍ତୁ ପାର୍ବତୀ ଗର୍ଭବତୀ ଜାଣିଥିଲେ।

ଗତ ବୁଧବାର ଅପରାହ୍ନରେ ରୁପା ଘରେ ଥିବା ସମୟରେ ଫୁଟେ ଦେହୁରୀ ପାର୍ବତୀକୁ ନେଇ ପଳାଇଯାଇଥିଲା। ପାର୍ବତୀ ନିଜ ଇଚ୍ଛାରେ ଯାଇଥିବା ଜାଣିବା ପରେ ରୁପା ଚୁପ ରହିଥିଲା। ଶୁକ୍ରବାର ପାର୍ବତୀର ଗର୍ଭ ନଷ୍ଟ କରିଦେଇଥିବା କଥା ଫୁଟେ ରୂପାକୁ କହିଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇଥିଲା ରୁପା। ସୋମବାର ରାତିରେ ପାର୍ବତୀ ଓ ଫୁଟେ ଶୋଇଥିବା ସମୟରେ ରୁପା ଏକ କଟୁରୀରେ ସେମାନଙ୍କୁ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ଫୁଟେର ମୃତ୍ୟୁ ଘଟିଥିବା ବେଳେ ପାର୍ବତୀ ଗୁରୁତର ହୋଇଛି। ଖବରପାଇ କରଞ୍ଜିଆ ପୋଲିସ ପହଞ୍ଚି ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ଜବତ କରିବା ସହ ଅଭିଯୁକ୍ତ ରୂପାକୁ ଗିରଫ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button