ଚନ୍ଦ୍ରପୃଷ୍ଠରେ ପୃଥିବୀ ବାୟୁମଣ୍ଡଳର ପ୍ରଭାବ ପଡୁଥାଇ ପାରେ

ନୂଆଦିଲ୍ଲୀ : ଚନ୍ଦ୍ରର ଦୁଇ ମେରୁରେ କଳଙ୍କି ଲାଗିଥିବା ଇସ୍ରୋର ପ୍ରଥମ ଚନ୍ଦ୍ର ଅଭିଯାନ ପଠାଇଥିବା ଫଟୋଚିତ୍ରରେ ଦେଖାଯାଉଛି। ଚନ୍ଦ୍ରପୃଷ୍ଠ ଲୁହାପଥରରେ ସମୃଦ୍ଧ ଥିଲେ ମଧ୍ୟ ସେଠାରେ ଜଳ ଓ ଅମ୍ଳଜାନ ନାହିଁ। ଏ ଦୁଇଟି ଉପାଦାନ ଲୌହ ସଂସ୍ପର୍ଶରେ ଆସି କଳଙ୍କି ସୃଷ୍ଟି କରେ। କେନ୍ଦ୍ରମନ୍ତ୍ରୀ ଡକ୍ଟର୍‌ ଜିତେନ୍ଦ୍ର ସିଂହ ଏହା କହିଛନ୍ତି।

‘ନାସା’ର ବୈଜ୍ଞାନିକମାନେ କହିଛନ୍ତି ସମ୍ଭବତଃ ପୃଥିବୀର ବାୟୁମଣ୍ଡଳ ଚନ୍ଦ୍ରକୁ ମଧ୍ୟ ସୁରକ୍ଷା ଦେଉଥାଇ ପାରେ। ତେଣୁ ଚନ୍ଦ୍ରଯାନ-୧ ସଂଗୃହୀତ ତଥ୍ୟ ସୂଚିତ କରୁଛି ଚନ୍ଦ୍ରର ମେରୁରେ ଜଳ ରହିଛି। ବୈଜ୍ଞାନିକମାନେ ଏହି ରହସ୍ୟ ଭେଦ କରିବାକୁ ଚାହୁଁଥିଲେ। ଡକ୍ଟର୍‌ ଜିତେନ୍ଦ୍ର ସିଂହ କହିଛନ୍ତି ୨୦୨୧ ଆଦ୍ୟରେ ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ କରାଯାଇପାରେ। ଚନ୍ଦ୍ରଯାନ-୩ରେ ଚନ୍ଦ୍ରଯାନ-୨ ଭଳି ଲ୍ୟାଣ୍ଡର୍‌ ଓ ରୋଭର୍ ରହିବ। କିନ୍ତୁ ଅର୍ବିଟର୍ ରହିବ ନାହିଁ।

ସେ କହିଛନ୍ତି ଭାରତର ପ୍ରଥମ ମାନବ ମହାକାଶ ମିସନ୍ ଗଗନଯାନ ନିମନ୍ତେ ପ୍ରସ୍ତୁତି ଚାଲିଛି। ତାଲିମ ଓ ଅନ୍ୟାନ୍ୟ ପ୍ରକ୍ରିୟା ଚାଲିଛି। କୋଭିଡ୍-୧୯ ମହାମାରୀଜନିତ କଟକଣା ଯୋଜନାରେ ବାଧା ସୃଷ୍ଟି କରିଥିଲେ ହେଁ ୨୦୨୨ ସୁଦ୍ଧା ଗଗନଯାନ ଉତ୍‌କ୍ଷେପଣ ନିମନ୍ତେ ଉଦ୍ୟମ କରାଯାଉଛି।

ମତାମତ ଦିଅନ୍ତୁ ।