ହାଫିଜ୍, ଦାଉଦ ଓ ମସୁଦ ବିରୋଧରେ ପାକିସ୍ତାନର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ : ପାକିସ୍ତାନ ୮୮ ନିଷିଦ୍ଧ ଆତଙ୍କବାଦ ସଙ୍ଗଠନ ସମେତ ହାଫିଜ ସଇଦ, ଦାଉଦ୍ ଇବ୍ରାହିମ ଓ ମସୁଦ ଅଜହରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି। ଇଣ୍ଟରନ୍ୟାସନାଲ ଟେରୋରିଜିମ ଫାଇନାନସିଂ ଉପରେ ନଜର ରଖିଥିବା ଫାଇନାନସିଆଲ ଆକ୍ସନ ଟାସ୍କଫୋର୍ସ (ଏଫଏଟିଏଫ୍)ଙ୍କ ଗ୍ରେ ଲିଷ୍ଟରୁ ବାହାଋବା ପାଇଁ ପାକିସ୍ତାନ ଏପରି କରିବାକୁ ବାଧ୍ୟ ହୋଇଛି।

ସୂଚନା ଅନୁଯାୟୀ ପାକିସ୍ତାନ ସରକାର ଆତଙ୍କବାଦ ଗତିବିଧି ସହ ଜଡିତ ବ୍ୟକ୍ତି ଓ ସଙ୍ଗଠନର ବ୍ୟାଙ୍କ ଖାତା ସିଲ କରିଥିବା ବେଳେ ସମ୍ପତ୍ତି ଜବତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପାକିସ୍ତାନୀ ସମ୍ବାଦପତ୍ର ‘ଦି ନ୍ୟୁଜ୍’ ଅନୁସାରେ ପାକିସ୍ତାନ ସରକାର ନିକଟରେ ଜାତିସଂଘ ସୁରକ୍ଷା ପରିଷଦଙ୍କ ଦ୍ୱାରା ଜାରି ନୂଆ ସୂଚନାକୁ ଲାଗୁ କରିଥିବା ବେଳେ ଆତଙ୍କବାଦୀ ଗୋଷ୍ଠୀର ୮୮ ନେତା ଓ ସଦସ୍ୟଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ସୂଚୀରେ ଜମାତ-ଉଦ-ଦାବା, ଜୈସ-ଏ-ମୋହମ୍ମଦ, ତାଲିବାନ, ଦାଏସ୍, ହକ୍କାନୀ ସମୂହ ଓ ଅଲକାଏଦ ସମେତ ଅନ୍ୟ ସଙ୍ଗଠନ ରହିଛନ୍ତି।

ମତାମତ ଦିଅନ୍ତୁ ।