ହରିବଂଶ ହେଲେ ରାଜ୍ୟସଭା ଉପାଧ୍ୟକ୍ଷ

ନୂଆଦିଲ୍ଲୀ : ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ଏନଡିଏ ପ୍ରାର୍ଥୀ ତଥା ଜେଡିୟୁର ହରିବଂଶ ନାରାୟଣ ସିଂହ ନିର୍ବାଚିତ ହୋଇଛନ୍ତି। ଆଜି ବିଜେପି ଅଧ୍ୟକ୍ଷ ତଥା ଗୃହର ସଦସ୍ୟ ଜେପି ନଡ୍ଡା ହରିବଂଶଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଏହାକୁ ସମର୍ଥନ ଜଣାଇଥିଲେ ଥୱରଚନ୍ଦ ଗେହଲଟ୍। ପରେ ବାଚନିକ ଭୋଟରେ ହରିବଂଶ ନିର୍ବାଚିତ ହୋଇଥିଲେ। ତାଙ୍କ ବିରୋଧରେ ୟୁପିଏରୁ ପ୍ରାର୍ଥୀ ହୋଇଥିଲେ ଆରଜେଡିର ମନୋଜ ଝା।

ହରିବଂଶ ରାଜ୍ୟସଭାର ନୂଆ ଉପାଧ୍ୟକ୍ଷଭାବେ ନିର୍ବାଚିତ ହେବାପରେ ତାଙ୍କୁ ବିଭିନ୍ନ ଦଳର ନେତା ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ହରିବଂଶ ଗୃହରେ ନିରପେକ୍ଷତା ଅବଲମ୍ବନ କରିବେ ବୋଲି ଆଶାବ୍ୟକ୍ତ କରିଥିଲେ।

ମତାମତ ଦିଅନ୍ତୁ ।