ହରିଦାସପୁର-ପାରାଦୀପ ରେଳ ଲାଇନ୍‌ କାର୍ଯ୍ୟ ନିମ୍ନମାନର

ବଡ଼ଚଣା : ହରିଦାସପୁର-ପାରାଦ୍ୱୀପ ରେଳପଥର ଲଳିତଗିରି ରେଳଷ୍ଟେସନ ଗୃହ ସାମ୍ନାରୁ ୫୦ଫୁଟ୍‌ ଲମ୍ବର ପଥର ପ୍ୟାକିଂ ଭୁଶୁଡ଼ି ପଡ଼ିଛି। ଆଉ ଏକ ସ୍ଥାନରୁ ୨ଶହ ଫୁଟ ମାଟିବନ୍ଧ ଭୁଶୁଡ଼ି ଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଏହି ଷ୍ଟେସନର ଅଧିକାଂଶ କାମ ବାକି ପଡ଼ିଥିବା ବେଳେ ରେଳଷ୍ଟେସନ ଗୃହ ସମ୍ମୁଖରୁ ମାଟି ଓ ପଥର ପ୍ୟାକିଂ ଭୁଶୁଡ଼ି ପଡ଼ିବା ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନ୍ୟପକ୍ଷରେ ରେଳପଥର ବାକିଆ କାମ ଶେଷ କରିବା ସହିତ କ୍ଷତିଗ୍ରସ୍ତ ରେଳପଥର କାମଗୁଡ଼ିକୁ ସଂପୂର୍ଣ୍ଣ କରିବାକୁ ଓଳାଶୁଣୀ ଗୁମ୍ଫା ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷ ଶରତ ଚନ୍ଦ୍ର ପ୍ରଧାନ, ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟ ଶୁଭେନ୍ଦୁ କୁମାର ଭୂୟାଁ, ସ୍ୱାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟର ରାଜ୍ୟ ସଂପାଦକ ବିରୁପାକ୍ଷ ତ୍ରିପାଠୀ ଓ ଶ୍ରୀକାନ୍ତ ସାମଲଙ୍କ ସମେତ ପଲାଇ, ବରଦା, ବିକ୍ରମତିରଣ, ବାଲିପଡ଼ିଆ, ଭରତପୁର, ନଳୀପୁର, ଗୋପାଳପୁର ଓ ବାଲିଚନ୍ଦ୍ରପୁର ଗ୍ରାମପଞ୍ଚାୟତର ଲୋକପ୍ରତିନିଧିଙ୍କ ସମେତ ଅଞ୍ଚଳବାସୀ ରେଳବାଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ମତାମତ ଦିଅନ୍ତୁ ।