ହରିଦ୍ୱାରରେ ଭୂକମ୍ପ

ହରିଦ୍ୱାର : ଉତ୍ତରାଖଣ୍ଡ ହରିଦ୍ୱାରରେ ଭୂକମ୍ପ। ଭୂକମ୍ପର ଝଟକା ଅନୁଭୂତ ହେବାରୁ ଲୋକେ ଘରୁ ବାହାରକୁ ପଳାଇ ଆସି ରାସ୍ତାରେ ଭିଡ ଜମାଇଥିଲେ। ରାସ୍ତାରେ ବହୁ ସମୟ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୯ ରେକର୍ଡ କରାଯାଇଛି।

ସୂଚନାଯୋଗ୍ୟ ନଭେମ୍ବର ୧୦ ତାରିଖରେ ଏକ ରିପୋର୍ଟ ଆସିଥିଲା ଉତ୍ତରାଖଣ୍ଡରେ ବଡ ଭୂକମ୍ପ ବିପଦ ରହିଛି। ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ସତର୍କ ସୂଚନା ଜାରି କରିଥିଲେ। ୱାଡିୟା ଇନଷ୍ଟିଚ୍ୟୁଟ ଅଫ ହିମାଲୟନ ଜିୟୋଲୋଜିର ବୈଜ୍ଞାନିକ କହିଛନ୍ତି ଉତ୍ତରାଖଣ୍ଡ ଧାରଚୁଲାକୁ ଚୀନ ସୀମା ସ୍ଥିତ ଲିପୁଲେଖ ସହ ସଂଯୋଜିତ କରୁଥିବା ନୂଆ କୈଳାସ ମାନସରୋବର ସଡକରୁ ପାଖାପାଖି ୪୫ କିଲୋମିଟର ଦୂର ନିମ୍ନ ଭାଗରେ ବଡ ଗତିବିଧି ହେଉଛି। ଧାରଚୁଲା ଅଞ୍ଚଳର କୁମାଉଁର ଆଖପାଖ ଅଞ୍ଚଳରେ ସୁକ୍ଷ୍ମ ଓ ମଧ୍ୟମ ଧରଣର ତୀବ୍ରତାର ବଡ ମାତ୍ରାର ଭୂକମ୍ପ ନେଇ ସୂଚନା ଦେଇଥିଲେ। ସେହିପରି ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ଏହି ଅଞ୍ଚଳର ଭୂଗର୍ଭରେ ଉତ୍ତେଜନା କାରଣରୁ ଭୂକମ୍ପ ଗତିବିଧି ରେକର୍ଡ କରାଯାଇଛି। ଆଗାମୀ ଭବିଷ୍ୟତରେ ଏଠାରେ ଆହୁରି ଅଧିକ ତୀବ୍ରତାର ଭୂମିକମ୍ପ ହେବାର ସମ୍ଭାବନା ରହିଥିବା ବୈଜ୍ଞାନିକମାନେ ଆଶଙ୍କା କରିଛନ୍ତି।

ମତାମତ ଦିଅନ୍ତୁ ।