୨୦ ବର୍ଷ ପରେ ସୋମବତୀ-ହରିଆଲି ଯୁଗ: ୫ରାଶିର ଭଲ ଦିନ

ଚଳିତ ଶ୍ରାବଣମାସରେ ସୋମବତୀ ଓ ହରିଆଲି ଅମବାସ୍ୟା ଏକା ସାଙ୍ଗରେ ପଡ଼ୁଛି । ସୋମବାର ୨୦ ଜୁଲାଇରେ ଏହା ପଡ଼ୁଥିବାବେଳେ ୨୦ ବର୍ଷ ପରେ ଏପରି ବିରଳ ସଂଯୋଗ ଦେଖିବାକୁ ମିଳିଛି । ଏହା ପୂର୍ବରୁ ୩୧ ଜୁଲାଇ ୨୦୦୦ରେ ଏପରି ସଂଯୋଗ ଘଟିଥିଲା । ସେଦିନ ପଂଚଗ୍ରହ ଯୋଗ ମଧ୍ୟ ରହିଛି । ଚନ୍ଦ୍ର, ବୁଧ, ବୃହସ୍ପତି, ଶୁକ୍ର ଓ ଶନି ନିଜ ନିଜ ରାଶିରେ ରହିବେ । ମିଥୁନ, କର୍କଟ, ତୁଳା, ମକର ଓ କୁମ୍ଭ ରାଶିର ଲୋକଙ୍କ ପାଇଁ ଏହି ସଂଯୋଗ ସବୁଠୁ ଲାଭଦାୟକ ଅଟେ ।


ମିଥୁନ
ଏହି ରାଶିର ଲୋକଙ୍କ ସନ୍ତାନମାନଙ୍କର ଉନ୍ନତି ଯୋଗ ରହିଛି । କ୍ୟାରିଅରରେ ଲାଗିରହିଥିବା ସମସ୍ୟା ଦୂର ହେବା ସହ ସମ୍ପତି ଲାଭ ହେବ । ବ୍ୟବସାୟ ସହ ଜଡ଼ିତ ବିବାଦ ଓ ପାରିବାରିକ ବିବାଦର ସମାଧାନ ହେବ । ଚାକିରିରେ ଲାଭ ହେବ । ଦୂର ଯାତ୍ରାର ଯୋଗ ରହିଛି । ଏହି ରାଶିର ବ୍ୟକ୍ତିମାନଙ୍କର ଶୁଭ ରଙ୍ଗ ସବୁଜ ଅଟେ ।


କର୍କଟ
କ୍ୟାରିଅରରେ ସଫଳତାର ଯୋଗ ଦେଖାଯାଉଥିବାବେଳେ ଏଥିପାଇଁ ଟିକେ ଧାଁ ଦୌଡ଼ କରିବାକୁ ପଡ଼ିବ । ଛୋଟ ଛୋଟ ଭୁଲ କରିବାରୁ ବଂଚନ୍ତୁ । ମାନସିକ ଅଶାନ୍ତି ଦୂର ହେବ, ସ୍ୱାସ୍ଥ୍ୟରେ ସୁଧାର ଘଟିବ । ସନ୍ତାନ ପ୍ରାପ୍ତିର ସମ୍ଭାବନା ଉଜ୍ଜ୍ୱଳ ରହିଛି । ସରକାରୀ ଲାଭ ମିଳିବା ସହ ଲମ୍ବା ସମୟ ଧରି ଲାଗି ରହିଥିବା ସମସ୍ୟା ଦୂର ହେବ । ଶୁଭ ରଙ୍ଗ ହଳଦିଆ ଅଟେ ।


ତୁଳା
ଆୟରେ ବୃଦ୍ଧି ଘଟିବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅସୁବିଧା ଦୂର ହେବ । ସମ୍ପର୍କରେ ଥିବା ଦ୍ୱନ୍ଦ ଦୂରହେବ । ଚାକିରିରେ ପଦନ୍ନୋତି ସହ ଧନପ୍ରାପ୍ତି ହେବ । ଆକସ୍ମିକ ଲମ୍ବା ଯାତ୍ରାର ଯୋଗ ରହିଛି । ଆତ୍ମବିଶ୍ୱାସ ବଢ଼ିବ । ବନ୍ଦ ପଡ଼ିଥିବା କାମ ସମ୍ପନ୍ନ ହେବ । ପାରିବାରିକ ଜୀବନରେ ସୁଖ ମିଳିବ । ଶୁଭ ରଙ୍ଗ ନୀଳ ଅଟେ ।


ମକର
ଉଚ୍ଚଅଧିକାରୀଙ୍କ ସହ ଝଗଡ଼ା ହୋଇପାରେ । ବ୍ୟବସାୟରେ ବଡ଼ ଧରଣର ପରିବର୍ତନ ଆସିବ । ଭ୍ରମ, ଭ୍ରାନ୍ତି ଓ ଭୟରୁ ବାହାରକୁ ଆସିଲେ ଧନ ବୃଦ୍ଧି ଘଟିବ । ପରିବାରରେ ସହଯୋଗ ଜାରି ରହିବ ତେଣୁ ବ୍ୟର୍ଥ ଚିନ୍ତା ନ କରିବା ଭଲ । ଖରାପ ହେଉଥିବା କାମ ସୁଧୁରିଯିବ । ଅନ୍ୟମାନଙ୍କଠାରୁ ସାହାଯ୍ୟ ନେବାରେ ହେଳା କରନ୍ତୁ ନାହିଁ । ଶୁଭ ରଙ୍ଗ ଲାଲ ଅଟେ ।


କୁମ୍ଭ
ଚାକିରିରେ ସୁଧାର ଆସିବ । ମାଙ୍ଗଳିକ କାର୍ଯ୍ୟର ଶୁଭ ସୂଚନା ମିଳିବ । ଧର୍ମ ପ୍ରତି ମନ ଆକର୍ଷିତ ହେବ । ଲୋକମାନଙ୍କର ଅପେକ୍ଷା ବଢ଼ିବ । ଧନର ସ୍ଥିତି ଭଲ ରହିବ । କାମର ବୋଝ ବଢ଼ିପାରେ କିନ୍ତୁ ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ । ଆତ୍ମବିଶ୍ୱାସ ବଢ଼ିବ ଶୁଭ ରଙ୍ଗ ଧଳା ଅଟେ ।

ମତାମତ ଦିଅନ୍ତୁ ।