ହରିୟାଣା ମହିଳାଙ୍କୁ ଦୁଷ୍କର୍ମ କଲେ କକା-ପୁତୁରା

ମଥୁରା : ଉତ୍ତର ପ୍ରଦେଶ ଓ ବିହାର ପରେ ମଥୁରାରେ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ମଙ୍ଗଳବାର ରାତିରେ ଅଲିଗଡରୁ କାମା ଯାଉଥିବା ହରିୟାଣାର ଏକ ପରିବାରର ମହିଳାଙ୍କ ସହିତ ଦୁଷ୍କର୍ମ ହୋଇଥିବା ଜଣାପଡିଛି। ଗୋବର୍ଦ୍ଧନ ରାସ୍ତାର ଥିବା ଏକ ଗେଷ୍ଟ ହାଉସ୍‌ରେ ଏହି ଦୁଷ୍କର୍ମ କରାଯାଇଥିବା ଅଭିଯୋଗରେ ପୋଲିସ ଗେଷ୍ଟହାଉସ୍‌ର ଜଣେ କର୍ମଚାରୀକୁ ଗିରଫ କରିଥିବା ବେଲେ ଅନ୍ୟ ଜଣେ ଫେରାର ରହିଛି।

ଦେହାତ ପୋଲିସ ଅଧୀକ୍ଷକ କହିଛନ୍ତି ମଙ୍ଗଲବାର ରାତିରେ ହରିୟାଣାର ନୁହଁ ଜିଲ୍ଲାର ମେଓ୍ଵାତ ଟାଉନର ଏଇ ପରିବାରର ଗାଡିଟି ମଧ୍ୟରାତ୍ରିରେ ଗୋବର୍ଦ୍ଧନ ରାସ୍ତାର ସତୋହା ଗାଁ ନିକଟରେ ଖରାପ ହୋଇ ଯାଇଥିଲା। ଗାଁ ଲୋକଙ୍କ ପରାମର୍ଶକ୍ରମେ ଏହି ଲୋକ ନିକଟସ୍ଥ ସୈନିସେବା ସଦନରେ ରହିଥିଲେ। ବିଳମ୍ଵିତ ରାତିରେ ପାଣି ପିଇବାକୁ ଉଠିଥିବା ମହିଳାଙ୍କ ସହିତ ସେଠାରେ ଥିବା କର୍ମଚାରୀ ଦୁଷ୍କର୍ମ କରିଛନ୍ତି। ଏହି ଘଟଣାର ଦୁଇ ଅଭିଯୁକ୍ତ ହେଉଛନ୍ତି କକା-ପୁତୁରା।

ପୀଡିତାଙ୍କ ଅଭିଯୋଗ ପାଣି ପିଇବାକୁ ଯିବାବେଳେ କକା-ପୁତୁରା ଉପର ମହଲାକୁ ଡକାଇ ନେଇଥିଲେ। କହିଥିଲେ ଉପର ମହଲାରେ ଆରଓ ପାଣି ଓ ତଳ ମହଲାରେ ଖରାପ ପାଣି। ତେଣୁ ସେ ଉପର ମହଲାକୁ ଯିବାରୁ ସେଠାରେ ଦୁହେଁ ତାକୁ ଧରିନେଇ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଏହି ଘଟଣାରେ ଦେହାତର ଏସପି କହିଛନ୍ତି ପୋଲିସ ଅଭିଯୁକ୍ତ ପୁତୁରା ଜଗନକୁ ଗିରଫ କରିଛି। ଅଭିଯୁକ୍ତର ବୟାନ ଅନୁଯାୟୀ କକାକୁ ଗିରଫ କରିବାକୁ ଉଦ୍ୟମ ଜାରି ରହିଛି। ଅନ୍ୟପକ୍ଷରେ ପୋଲିସ ମହିଳାଙ୍କୁ ଡାକ୍ତରୀମାଇନା କରାଇଛି।

ମତାମତ ଦିଅନ୍ତୁ ।