ହସ୍ପିଟାଲ ଆସୁଥିବା ସମସ୍ତଙ୍କର ହେବ ସ୍କ୍ରିନିଂ

ଭୁବନେଶ୍ୱର : ରାଜ୍ୟ ସରକାର ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ପ୍ରତ୍ୟେକ ହସ୍ପିଟାଲରେ ଜ୍ୱର ଓ ଆଇସୋଲେସନ କ୍ଲିନିକ ସ୍ଵତନ୍ତ୍ର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡା ହସ୍ପିଟାଲ ଆସୁଥିବା ସମସ୍ତଙ୍କର ସ୍କ୍ରିନିଂ କରାଯିବ। ହାତଧୁଆ ବ୍ୟବସ୍ଥା ଓ ସାନିଟାଇଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ହସ୍ପିଟାଲର କୌଣସି ସେକ୍ସନରୁ ପଜିଟିଭ ବାହାରିଲେ ତାହାକୁ ତୁରନ୍ତ ବନ୍ଦ କରାଯିବ। ରୋଗୀଙ୍କୁ ଅନ୍ୟତ୍ର ନିଆଯାଇ ରୁମ୍‌ ଖାଲି କରାଯିବ ସହିତ ସାନିଟାଇଜ କରାଯାଇ ୨୪ ଘଣ୍ଟା ବନ୍ଦ ରଖାଯିବାକୁ କୁହାଯାଇଛି। ମେଡିକାଲ ଯେପରି ହଟସ୍ପଟ ନହେବ ସେଥିପ୍ରତି ସଚେତନ ରହିବାକୁ ତାଗିଦ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button