ହସ୍ପିଟାଲ ପାର୍କିଂରେ ମହିଳାଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ : ଦିଲ୍ଲୀରେ ଲଜ୍ଜା। ରୋହିଣୀ ବାବା ସାହେବ ଆମ୍ବେଦକର ହସ୍ପିଟାଲର ପାର୍କିଂରେ ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ୩୦-୩୧ ଅକ୍ଟୋବର ରାତିର ଏହି ଘଟଣା ଘଟିଥିବା ବେଳେ ହସ୍ପିଟାଲର ସିକ୍ୟୁରିଟି ଗାର୍ଡ଼ ଓ ୨ଜଣ ପୂର୍ବତନ ବାଉନସରଙ୍କର ସମ୍ପୃକ୍ତି ରହିଛି। ସେମାନକୁ ପୋଲିସ ଗିରଫ କରିଛି।

ପୋଲିସର ସୂଚନା ଅନୁଯାୟୀ ୩୦ ବର୍ଷିୟା ପୀଡ଼ିତା ନିଜର ପରିଚିତ ଲୋକଙ୍କ ହସ୍ପିଟାଲକୁ ଆସି ରୋଗୀଙ୍କୁ ଦେଖାଶୁଣା କରିବା ପାଇଁ ହୋଇଥିବା ସେଲଟର ହୋମରେ ରହିଥିଲେ। ହସ୍ପିଟାଲର ୨ଜଣ ପୂର୍ବତନ ବାଉନସର ଓ ଜଣେ ସିକ୍ୟୁରିଟି ଗାର୍ଡ଼ ମହିଳାଙ୍କୁ ଏଠାରେ କିପରି ରହିଛ ବୋଲି କହି ଧମକାଇଥିଲେ। ଏହାପରେ ଭେରିଫିକେସନ ନାଁରେ ତାଙ୍କୁ ହସ୍ପିଟାଲର ପାର୍କିଂର ଏକ ଶୁନଶାନ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣାରେ ମନୀଷ, ପ୍ରବୀଣ ତିୱାରୀ ଓ କବର ପାଲକୁ ଗିରଫ କରାଯାଇଛି।

ମତାମତ ଦିଅନ୍ତୁ ।