ହସ୍ପିଟାଲକୁ ଅକ୍ସିଜେନ ନଦେବା ନରସଂହାର ସହିତ ସମାନ : ଆହ୍ଲାବାଦ ହାଇକୋର୍ଟ

0

ଲକ୍ଷ୍ନୌ : ହସ୍ପିଟାଲକୁ ଅକ୍ସିଜେନ ନ ଦେବା ଅପରାଧ। ଏହା ନର ସଂହାର ଠାରୁ କମ୍ ନୁହେଁ। ଯେଉଁମାନେ ଅକ୍ସିଜେନ ଯୋଗାଣ ଦାୟିତ୍ୱରେ ରହିଛନ୍ତି ସେମାନେ ଠିକ୍ ଭାବେ ଯୋଗାଇନଥିବା ନେଇ ଉତ୍ତର ଦାଯୀ ରହିବେ ବୋଲି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି।

ଉତ୍ତର ପ୍ରଦେଶରେ ଅକ୍ସିଜେନ ଅଭାବକୁ ଏକ ଜନାସ୍ଵାର୍ଥ ମାମଲା ଦାୟର ହୋଇଥିଲା। ଏହାର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି କହିଛନ୍ତି ସରକାରୀ ପୋର୍ଟାଲରେ ହସ୍ପିଟାଲ ଗୁଡିକରେ କୋଭିଡ ବେଡ୍ ଉପଲବ୍ଧ ଥିବା ବେଳେ ହସ୍ପିଟାଲକୁ ଫୋନ୍ କଲେ ବେଡ୍ ନାହିଁ ବୋଲି କୁହାଯାଉଛି। ଏହା ଠିକ୍ ନୁହେଁ।

ସେହିପରି ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ବେଳେ କୋଭିଡ ପ୍ରୋଟୋକଲକୁ ଉଲ୍ଲଂଘନର ତଦନ୍ତ ପାଇଁ କୋର୍ଟ ନିର୍ବାଚନ କେନ୍ଦ୍ରଗୁଡ଼ିକର ସିସିଟିଭି ଫୁଟେଜ ମାଗିଛନ୍ତି। କୋର୍ଟ କହିଛନ୍ତି ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ବେଳେ କିନ୍ତୁ କୋଭିଡ ପ୍ରୋଟୋକଲ ପାଳନ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ହାଇକୋର୍ଟ କହିଛନ୍ତି ନିର୍ବାଚନ ଡ୍ୟୁଟିରେ ନିୟୋଜିତ କର୍ମଚାରୀଙ୍କ କୋଭିଡ ମୃତ୍ୟୁକୁ ନେଇ ଜବାବ ଦେବାକୁ ନିର୍ବାଚନ କମିଶନଙ୍କୁ କୁହାଯାଇଥିଲା। କିନ୍ତୁ ଏହି ମୃତ୍ୟୁକୁ ସୁନିଶ୍ଚିତ କରିବା ପରିବର୍ତ୍ତେ ଖବରକୁ ଭୁଲ ପ୍ରମାଣ କରିବା ଉପରେ ନିର୍ବାଚନ କମିଶନ ଗୁରୁତ୍ୱ ଦେଉଛନ୍ତି।

ନିକଟରେ ଜଷ୍ଟିସ ଭି.କେ ଶ୍ରୀବାସ୍ତବଙ୍କର କରୋନାରେ ମୃତ୍ୟୁ ଘଟିଥିଲା। ସେ କୋଭିଡରେ ଆକ୍ରାନ୍ତ ହୋଇ ଗୁରୁତର ହେବାରୁ ତାଙ୍କୁ ପିଜିଆଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମୃତ୍ୟୁ ଘଟଣାରେ କୋର୍ଟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଲକ୍ଷ୍ନୌ ଆରଏମଏଲ ହସ୍ପିଟାଲରେ ଠିକ୍ ଭାବରେ ଜଷ୍ଟିସ ଭି.କେ ଶ୍ରୀବାସ୍ତବଙ୍କର ଚିକିତ୍ସା ହୋଇନଥିବା ଦୃଦବୋଧ ହେଉଛି।

Leave A Reply

Your email address will not be published.