ହଷ୍ଟେଲ୍‌ରେ ପୋଷକ ଖୋଲି ନାଚିବାକୁ ମହିଳାଙ୍କୁ ବାଧ୍ୟ କରିଥିଲେ ପୋଲିସ୍‌

0

ଜଲଗାଓଁ : ମହାରାଷ୍ଟ୍ରର ଜଲଗାଓଁରେ ଲଜ୍ଜା। ସରକାର-ପରିଚାଳିତ ଆଶାଦୀପ ମହିଳା ହଷ୍ଟେଲ୍‌ରେ କିଛି ଲୋକଙ୍କ ସହ କେ‌ତେଜଣ ପୋଲିସ୍‌ କର୍ମଚାରୀ ପ୍ରବେଶ କରି ଯୁବତୀଙ୍କୁ ପୋଷାକ ଖୋଲି ନୃତ୍ୟ କରିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଚିଖଲି ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ଶ୍ୱେତା ମହଲେ ଲୋୟର ହାଉସରେ ଏହି ପ୍ରସଙ୍ଗ ଉଠାଇବା ପରେ ଏହି ଘଟଣା ପଦାକୁ ଆସିଛି। ମଙ୍ଗଳବାର ଜଲଗାଓଁର ଏକ ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ଜିଲ୍ଲା କଲେକ୍ଟରଙ୍କ ନିକଟରେ ଏ ସମ୍ପର୍କରେ ଅଭିଯୋଗ ହୋଇଥିବା ଜଣାପଡିଛି।

ବିଧାୟକ ଶ୍ୱେତା ମହଲେ କହିଛନ୍ତି ପୋଲିସ୍‌ କର୍ମଚାରୀମାନେ ଏପରି ନୀଚ କାମରେ ଲିପ୍ତ ରହୁଥିବା କଥା ପୂରା ରାଜ୍ୟ ପାଇଁ ଏକ ଲଜ୍ଜା ପାଲଟିଛି। ମହିଳାଙ୍କ ସୁରକ୍ଷା ପାଇଁ ଯେଉଁମାନଙ୍କୁ ନିଯୁକ୍ତି ଦିଆଯାଇଛି ସେମାନେ ନିଜେ ଜଣେ ଜଣେ ଶିକାରୀ ପାଲଟି ଯାଉଛନ୍ତି। ଏମିତି ଅନେକ ମହିଳା ଥାଇପାରନ୍ତି ଯିଏକି ପୂର୍ବରୁ ଏହି ପରିସ୍ଥିତି ଦେଇ ଗତି କରିଥିବେ। ମୁଁ ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରୁଛି।’

ଗୃହମନ୍ତ୍ରୀ ଅନୀଲ ଦେଶମୁଖ୍‌ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମହଲେ ଉଠାଇଥିବା ଏହି ପ୍ରସଂଗ ଉପରେ ଗୃହମନ୍ତ୍ରୀ କହିଛନ୍ତି ଏହାର ତଦନ୍ତ ପାଇଁ ଏକ ୪ ଜଣିଆ ଦଳ ଗଠନ କରାଯାଇ ଦୁଇଦିନ ମଧ୍ୟରେ ରିପୋର୍ଟ ଦାଖଲ କରାଯିବ।

Leave A Reply

Your email address will not be published.