ହାସ୍ୟ ଅଭିନେତା କପିଲ ଶର୍ମା ଠକିଲେ ୫.୫ କୋଟି

ମୁମ୍ବାଇ : ହାସ୍ୟ ଅଭିନେତା କପିଲ ଶର୍ମା କାର ଡିଜାଇନର୍ ଦିଲୀପ ଛାବ୍ରିଆଙ୍କ ଦ୍ଵାରା ୫.୫କୋଟି ଟଙ୍କାର ଠକାମିର ଶିକାର ହୋଇଥିବା ଜଣାପଡ଼ିଛି। କପିଲ ନୂତନ ଭ୍ୟାନିଟି ଭ୍ୟାନ୍ ଡିଜାଇନ୍ କରିବା ପାଇଁ ଛାବ୍ରିଆଙ୍କୁ ଆବଶ୍ୟକ ପରିମାଣ ଅର୍ଥ ଦେଇଥିଲେ। କିନ୍ତୁ ଏସବୁ ଆଉ ତାଙ୍କୁ ମିଳିନଥିଲା। କାର୍ ଫାଇନାନ୍ସ ଓ ନକଲି ରେଜିଷ୍ଟ୍ରେସନ୍ ରାକେଟରେ ଛାବ୍ରିଆଙ୍କୁ ଡିସେମ୍ବର ୨୯ରେ ଗିରଫ କରାଯାଇଥିଲା। ଏହି ଖବର ପାଇବା ପରେ କପିଲ ଆଜି ମ୍ବାଇରେ କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍ (ସିଆଇୟୁ) କାର୍ଯ୍ୟାଳୟରେ ପହଞ୍ଚି ନିଜର ବୟାନ ରେକର୍ଡ କରାଇଥିବା ଜଣାପଡ଼ିଛି।

କପିଲ କହିଛନ୍ତି ଖବରକାଗଜରେ ଦିଲୀପ ଛାବ୍ରିଆଙ୍କ ଗିରଫଦାରୀ ବିଷୟରେ ପଢ଼ିବା ପରେ ସେ ମୁମ୍ବାଇ ପୋଲିସ କମିସନରଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଥିଲେ। ଏହାପୂର୍ବରୁ କପିଲ ମୁମ୍ବାଇ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ (ଇଓଡବ୍ଲ୍ୟୁ)ରେ ଛାବ୍ରିଆଙ୍କ ବିରୋଧରେ ଅଭିଯୋଗ କରିଥିଲେ। ତାଙ୍କ ଭଳି ଅଭିଯୁକ୍ତର ଗିରଫ ଖବର ଶୁଣି ଖୁସିଥିବା ସେ କହିଛନ୍ତି।

ମତାମତ ଦିଅନ୍ତୁ ।