ହାଟ-ବଜାର ଉପରେ କଟକଣା : ନିୟମ ଭାଙ୍ଗିଲେ ଦୋକାନ ସିଲ୍

ଭୁବ‌ନେଶ୍ଵର : କରୋନା ସଂକ୍ରମଣ ରୋକିବା ଲାଗି ଭୁବନେଶ୍ୱର ମହାନଗର ନିଗମ ପରିବା ହାଟ ଓ ମଲ ପାଇଁ ଜାରି କରିଛି ମଧ୍ୟ କଟକଣା। ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଇଛି। ନିୟମ ଭାଙ୍ଗିଲେ ଦୋକାନ ସିଲ୍ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ନିଷ୍ପତ୍ତି ନିଆଯାଇଛି

ଭୁବନେଶ୍ୱର ମହାନଗର ନିଗମର ନିୟମ ଅନୁଯାୟୀ କମ୍ ସଂଖ୍ୟକ ଗ୍ରାହକଙ୍କ ସହିତ ମଲ୍ ଚାଲିବ। ମଲ୍ ଭିତରକୁ ପ୍ରବେଶ କରୁଥିବା ବ୍ୟକ୍ତିମାନଙ୍କ ତାପମାତ୍ରା ଯାଞ୍ଚ, ମାସ୍କର ସଠିକ୍ ବ୍ୟବହାର ଓ ସାମାଜିକ ଦୂରତା ନିୟମ ପାଳନ କରାଯାଉଛି ବୋଲି ମଲ୍ ମାଲିକ ନିଶ୍ଚିତ କରିବେ। ମଲକୁ ଆସି ଲୋକ ଖାଦ୍ୟ ପ୍ୟାକ କରି ନେଇପାରିବେ। କିନ୍ତୁ ସେଠାରେ ଖାଇବାକୁ କାହାକୁ ଅନୁମତି ଦିଆଯିବ ନାହିଁ। ମଲରେ ଥିବା ଦୋକାନ ଓ ସାଧାରଣ ଅଞ୍ଚଳରେ କୌଣସି ସମୟରେ ଅଧିକ ପରିମାଣରେ ଭିଡ଼ ନହେବ ସେ ଦାୟିତ୍ୱ ମଲର ମାଲିକ ନେବେ।

ଦୋକାନର ସମସ୍ତ କର୍ମଚାରୀ ଦୋକାନ ପରିସରରେ ରହିବା ସମୟରେ ମାସ୍କ ପିନ୍ଧିବେ। କୌଣସି ପରିସ୍ଥିତିରେ ଏହି ନିର୍ଦ୍ଦେଶର ଉଲ୍ଲଂଘନକୁ ବରଦାସ୍ତ କରାଯିବ ନାହିଁ। ଦୋକାନକୁ ଆସୁଥିବା କ୍ରେତା, ପରିଦର୍ଶକ ଓ ଗ୍ରାହକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ମାର୍କେଟ ଆସୋସିଏସନ୍ ଓ ଦୋକାନ ମାଲିକମାନେ ଚିଠି ଜରିଆରେ ଏହା ଜଣାଇବେ। ଦୋକାନୀଠାରୁ କ୍ରେତାଙ୍କ ମଧ୍ୟରେ ୬ଫୁଟର ଦୂରତା ରହିବ। ଦୋକାନକୁ ପ୍ରବେଶ ପୂର୍ବରୁ ଦୋକାନୀ କ୍ରେତାଙ୍କ ଥର୍ମାଲ ସ୍କ୍ରିନିଂ କରାଇବା ସହ ସାନିଟାଇଜର ଯୋଗାଇ ଦେବେ। ଏହି ନିୟମ ଦୈନିକ ହାଟ, ମାର୍କେଟ, ମାଛ ଦୋକାନୀ ଓ କ୍ରେତାମାନଙ୍କ କ୍ଷେତ୍ରରେ ଲାଗୁହେବ। ସେହିପରି ହୋଟେଲ ଓ ରେ‌ସ୍ତୋରାଁ ଭିତରେ ବାହାର ଲୋକଙ୍କୁ ଭୋଜନ କରିବାକୁ ଅନୁମତି ନାହିଁ। କୌଣସି ଷ୍ଟ୍ରିଟ୍ ଫୁଡ୍ ବିକ୍ରେତା ନିଜ ଷ୍ଟଲ ଆଗରେ ଗ୍ରାହକଙ୍କୁ ଖାଦ୍ୟ ଯୋଗାଇବେ ନାହିଁ। ଲୋକେ ଖାଦ୍ୟ ପ୍ୟାକ କରି ନେଇପାରିବେ।

Leave a Reply

Your email address will not be published. Required fields are marked *

Back to top button