ହାଥରସ ଘଟଣା : ବୌଦ୍ଧ ଦୀକ୍ଷା ନେଲେ ୫୦ ଦଳିତ ପରିବାର

ହାଥରସ : ଗାଜିଆବାଦରେ ହାଥରସ ଘଟଣାରେ ମର୍ମାହତ ହୋଇ କରହେଡା ଇଲାକାର ବାଲ୍ମିକୀ ସମ୍ପ୍ରଦାୟର ୫୦ ପରିବାରର ୨୩୬ ଜଣ ବୌଦ୍ଧ ଧର୍ମ ଗ୍ରହଣ କରିଛନ୍ତି। ଅକ୍ଟୋବର ୧୪ରେ ଏକଜୁଟ ହୋଇ ରାଜରତ୍ନ ଆମ୍ବେଦକରଙ୍କ ଉପସ୍ଥିତିରେ ଦୀକ୍ଷା ନେଇଛନ୍ତି।

ସେମାନେ କହିଛନ୍ତି ହାଥରସ ଘଟଣାରେ ଖୁବ୍ ଅଧିକ ମର୍ମାହତ। ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ସେମାନଙ୍କ କଥା ଶୁଣାଯାଉ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଅଣଦେଖା କରାଯାଉଛି। ସେଥିପାଇଁ ଧର୍ମ ପରିବର୍ତ୍ତନ କରିବବାକୁ ନିଷ୍ପତ୍ତି ନେଲେ। ସୂଚନାଯୋଗ୍ୟ ସେପ୍ଟେମ୍ବର ୧୪ରେ ହାଥରସର ବୁଲଗଢ଼ି ଗାଁରେ ଯବୁତୀଙ୍କୁ ଗଣଦୁଷ୍କର୍ମ ଘଟଣା ଯୋଗୁ ଦଳିତ ସମ୍ପ୍ରଦାୟ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିଥିଲେ।

ମତାମତ ଦିଅନ୍ତୁ ।