ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମାଲର ସିବିଆଇ ତଦନ୍ତ ନିର୍ଦ୍ଦେଶ

ଲକ୍ଷ୍ନୌ : ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମାଲର ମାମଲାରେ ଦନ୍ତ ସିବିଆଇ କରିବ। ଏନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ଆଜି ସନ୍ଧ୍ୟାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଭଦ୍ରା ଉତ୍ତରପ୍ରଦେଶର ହାଥରସରେ ପହଁଚି ଦୁଷ୍କର୍ମ ପୀଡିତାଙ୍କ ପରିବାର ସହ ଆଲୋଚନା କରିଛନ୍ତି। ବହୁ ବାଦବିବାଦ ଓ ବିରୋଧ ପରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କାଙ୍କୁ ଉତ୍ତର ପ୍ରଦେଶ ସରକାର ହାଥରସ ଯିବାକୁ ଅନୁମତି ଦେଇଥିଲେ। ରାହୁଲ-ପ୍ରିୟଙ୍କାଙ୍କ ସମେତ ଆଉ ୫ ଜଣଙ୍କୁ ଯିବାକୁ ମିଳିଥିଲା ଅନୁମତି। ଏଥିସହ ସାମାଜିକ ଦୂରତା ନିୟମ ପାଳନ କରିବାକୁ କୁହାଯାଇଥିଲା। ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ କଂଗ୍ରେସ ମହାସଚିବ କେସି ବେଣୁଗୋପାଳ, ଲୋକସଭା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ହାଥରସ ଯାଇଥିଲେ। ଏହି ନେତାମାନେ ପୀଡିତାଙ୍କ ପରିବାର ସହ ଆଲୋଚନା କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।