ହତ୍ୟା ଅଭିଯୋଗରେ ପୋଲିସ୍ ପୁଅ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ତମାଣ୍ଡୋ ଥାନାର ଜଣେ ପୋଲିସ କର୍ମଚାରୀଙ୍କ ପୁଅ ଯାମିନୀକାନ୍ତ ଗୋଛାୟତ ଗିରଫ। ଯୌତୁକ ନିର୍ଯାତନା ଓ ହତ୍ୟା ଅଭିଯୋଗରେ ଉଭଯଙ୍କୁ ଗିରଫ କରାଯାଇଛି।

ଯାମିନୀଙ୍କ ଶ୍ୱଶୁର ଘର ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ ପୋଲିସ ମାମଲା ରୁଜୁ କରିଥିଲା। ସେମାନଙ୍କ କହିବ ଅନୁଯାୟୀ ଝିଅ ବେହୋସ ହୋଇଯାଇଛି ତାଙ୍କୁ ହସ୍ପିଟାଲ ନିଆଯାଇଛି ପ୍ରଥମେ ଜ୍ୱାଇଁ ଜଣାଇଥିଲେ। ହେଲେ ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଓ ତାଙ୍କ ମୃତଦେହକୁ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିବା କହିଥିଲେ। ଝିଅର ବେକରେ ଦଉଡ଼ି ଭିଡିଲା ଭଳି ଚିହ୍ନ ରହିଥିଲା। ଶରୀର ନୀଳ ପଡ଼ିଯାଇଥିଲା ବୋଲି ଅଭିଯୋଗ କରିଛନ୍ତି।

ମତାମତ ଦିଅନ୍ତୁ ।