ହାତୀ ଘର ଭାଙ୍ଗିଦେବାରୁ ବୃଦ୍ଧାଙ୍କ ମୃତ୍ୟୁ

ଝାରସୁଗୁଡ଼ା : କିର୍ମିରା ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ଭଉଁରା ଗ୍ରାମରେ ହାତୀ ଘର ଭାଙ୍ଗିଦେବାରୁ ଯମୁନା ବେହେରା ନାମକ ଜଣେ ୭୦ ବର୍ଷିଅ ବୃଦ୍ଧଙ୍କଙ୍କର ଶୋଇଥିବା ଅବସ୍ଥାରେ ମୃତ୍ୟୁ ଘଟିଛି।

ଖବର ଅନ୍ୟଯାୟୀ ବୃଦ୍ଧ ଜଣକ ଘରେ ଏକୁଟିଆ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଦୁଇଟି ଦନ୍ତା ହାତୀ ଘର ଭିତରକୁ ପଶି କାନ୍ଥକୁ ଭାଙ୍ଗି ଦେଇଥିଲେ। ଫଳରେ ଭଙ୍ଗା କାନ୍ଥ ପଡ଼ିଯିବାରୁ ଯମୁନାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବାଗଡ଼ିହି ବନ ବିଭାଗର କର୍ମଚାରୀ ଓ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଝାରସୁଗୁଡା ପଠାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।