ହାତୀ ଉପରେ ଯୋଗ ପାଇଁ ବାବା ରାମଦେବଙ୍କୁ ଓକିଲ ନୋଟିସ୍

ନୂଆଦିଲ୍ଲୀ : ହାତୀ ଉପରେ ଯୋଗ ବାବା ରାମଦେବଙ୍କୁ ଅଡୁଆରେ ପକାଇଛି। ମଥୁରାର ରମଣରେତୀ ଆଶ୍ରମରେ ହାତୀ ଉପରେ ବସି ଯୋଗ କରୁଥିବା ବେଳେ ସେ ତଳକୁ ଖସି ପଡ଼ିଥିଲେ। ଅବଶ୍ୟ କୌଣସି ଆଘାତ ଲାଗିନଥିଲା। କିନ୍ତୁ ଏବେ ଆଗ୍ରାର ୫ଜଣ ଓକିଲ ନୋଟିସ ପଠାଇଛନ୍ତି। ରାମଦେବଙ୍କ ବ୍ୟତୀତ ହାତୀ ଉଦ୍ଧାର କେନ୍ଦ୍ରର ନିର୍ଦେଶକଙ୍କୁ ମଧ୍ୟ ନୋଟିସ ହୋଇଛି। ଏହାର ଉତ୍ତର ନ ଦେଲେ ମୋକଦ୍ଦମା କରାଯିବା ବୋଲି କୁହାଯାଉଛି।

ବାବା ରାମଦେବଙ୍କର ୨୨ ସେକେଣ୍ଡର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବ ତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଓକିଲ ନରେନ୍ଦ୍ର ଶର୍ମା, ଗଗନ ଶର୍ମା, ରାଜବୀର ସିଂହ, ଏସପି ଭରଦ୍ଵାଜ ଓ ରାଖି ଚୌହାନ ନୋଟିସ୍ ପଠାଇଛନ୍ତି। ଏଥିରେ କୁହାଯାଇଛି କୁହାଯାଇଛି ବାବା ରାମଦେବଙ୍କ ଯୋଗ ଆସନକୁ ଲକ୍ଷଲକ୍ଷ ଲୋକ ଅନୁସରଣ କରନ୍ତି। ଏଭଳି କରିବା କେତେ ଦୂର ଠିକ୍। ସେ ହାତୀ ଉପରେ ଯୋଗ କରି ପଶୁ କ୍ରୁରତା ଆଇନର ଉଲ୍ଲଘଂନ କରିଛନ୍ତି। ଏଥିପାଇଁ ରାମଦେବଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିପାରେ।

ମତାମତ ଦିଅନ୍ତୁ ।