ହାତୀପଲ ଖାଇଗଲେ ଶହ ଶହ ଏକର ପାଚିଲା ଧାନ

କୁତ୍ରା : ସୁନ୍ଦରଗଡ଼ ଜିଲ୍ଲା ବଡଗାଁ ଅଞ୍ଚଳରେ ହାତୀପଲ ଆତଙ୍କ ସୃଷ୍ଟି କରିଛନ୍ତି। ପଞ୍ଚରା, କଟଙ୍ଗଝରିଆ ଓ କୁସୁମଡେଗିରେ ହାତୀଙ୍କ ଉତ୍ପାତ ବଢିଚାଲିଛି। ଦୁଇମାସ ହେବ ୨୨ଟି ହାତୀ ଥିବା ଏକଦଳ ସଂଧ୍ୟା ହେଲେ ଗାଁ ଆଡକୁ ମୁହାଁଉଛନ୍ତି। ଶହ ଶହ ଏକର ପାଚିଲା ଧାନ କ୍ଷେତରେ ପଶି ଫସଲ ଖାଇବ ସହିତ ଦଳିମକଚି ନଷ୍ଟ କରିଦେଇଛନ୍ତି। ସେମାନକୁ ଘଉଡେଇବାକୁ ଚେଷ୍ଟାକରି ଲୋକେ ବିଫଳ ହେଉଛନ୍ତି।

ବନବିଭାଗ କର୍ମଚାରୀମାନେ ହାତୀ ଘଉଡାଇବା ପାଇଁ କୌଣସି ପ୍ରୟାସ ନକରି କେବଳ ଗାଡି ଭିତରେ ବସିରହୁଛନ୍ତି। ଜନସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ବନ ବିଭାଗ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବା ସହିତ କ୍ଷତି ପୂରଣ ପ୍ରଦାନ ପାଇଁ ଦାବି ହେଉଛି।

ମତାମତ ଦିଅନ୍ତୁ ।