ହତ୍ୟା ଅଭିଯୋଗରେ ଅଭିନେତ୍ରୀ ଗିରଫ

ବେଙ୍ଗାଲୁରୁ : ଭାଇଙ୍କୁ ପୁରୁଷ ବନ୍ଧୁଙ୍କ ସହାୟତାରେ ହତ୍ୟା କରିଥିବା ଅଭିଯୋଗରେ କନ୍ନଡ ଅଭିନେତ୍ରୀ ଶନାୟା କାଟଓ୍ୱେ ଗିରଫ ହୋଇଛନ୍ତି।

ପୋଲିସ କହିଛି ଶନାୟା ତାଙ୍କ ଭାଇ ରାକେଶ କାଟଓ୍ୱେଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ। ରାକେଶଙ୍କୁ ହତ୍ୟା କରାଯିବା ପରେ ମୃତଦେହକୁ ଜଙ୍ଗଲରେ ଖଣ୍ଡି ବିଖଣ୍ଡିତ କରି ଫିଙ୍ଗି ଦିଆଯାଇଥିଲା। ଏହି ହତ୍ୟାକାଣ୍ଡରେ ୪ ଜଣ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ରାକେଶଙ୍କ କଟାମୁଣ୍ଡ ପ୍ରଥମେ ଦେବରିଗୁଡିହଲ ଜଙ୍ଗଲରୁ ମିଳିଥିଲା। ଶରୀରର ଅନ୍ୟ ଅଂଶ ରାସ୍ତାରେ ପଡିଥିଲା। ପୋଲିସ ଚିହ୍ନଟ କରିଥିବା ୪ ସନ୍ଦିଗ୍ଧ ଅଭିଯୁକ୍ତ ହେଲେ ଅହମ୍ମଦ କଟିୟାର, ତୋସିଫ୍ ଚତ୍ରାପୁର, ଅଥଲାଫ୍ ମୁଲ୍ଲ ଓ ଅମନ ଗିରନିଓ୍ୱାଲେ।

ଖବର ଅନୁଯାୟୀ ୯ ତାରିଖରେ ଘଟଣା ଘଟିଛି। ଶନାୟା ଫିଲ୍ମ ପ୍ରମୋଶନ ପାଇଁ ଯାଇଥିବା ସମୟରେ ଅଭିଯୁକ୍ତମାନେ ରାକେଶଙ୍କୁ ତାଙ୍କ ଘରେ ତଣ୍ଟି ଚିପି ହତ୍ୟା କରିଥିଲେ। ମୃତଦେହକୁ ଖଣ୍ଡବିଖଣ୍ଡିତ କରି ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ। ଏହି ମାମଲାରେ ଶନାୟାଙ୍କୁ ଗୁରୁବାର ପୋଲିସ ଗିରଫ କରିଥିଲା। ଏହାପରେ ରିମାଣ୍ଡରେ ନେଇଛି।

Leave a Reply

Your email address will not be published. Required fields are marked *

Back to top button