ହତ୍ୟା : ପତ୍ନୀର ମୃତଦେହ ସ୍କୁଟରରେ ନେଉଥିବା ସ୍ଵାମୀକୁ ଧରିଲା ପୋଲିସ

ଗାନ୍ଧିନଗର : ଗୁଜୁରାଟର ପାଲିତାନା ଜିଲ୍ଲାର ଜଣେ ଯୁବକ ପତ୍ନୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ସ୍କୁଟରରେ ନେଉଥିଲେ। ଅଭିଯୋଗ ପାଇ ପୋଲିସ ଅମିତ ହେମନାନି ନାମକ ଅଭିଯୁକ୍ତ ସ୍ୱାମୀଙ୍କୁ ଆଜି ଗିରଫ କରିଛି।

ଖବର ଅନୁଯାୟୀ ପାଲିତାନା ଜିଲ୍ଲାର ସିନ୍ଧି କ୍ୟାମ୍ପ କଲୋନିରେ ଅମିତ ହେମନାନି ବସବାସ କରନ୍ତି। ଗତ ରବିବାର ଅମିତ ଓ ତାଙ୍କ ପତ୍ନୀ ନୈନାଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅମିତ ନୈନାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ହତ୍ୟା ପରେ ଅମିତ ରୋହିଶାଳା ଜଙ୍ଗଲ ଅଞ୍ଚଳରେ ନୈନାଙ୍କ ମୃତଦେହକୁ ପୋତିବା ପାଇଁ ସ୍କୁଟର ସାମ୍ନାରେ ରଖି ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କର ସନ୍ଦେହ ହୋଇଥିଲା। ସେମାନେ ଅମିତଙ୍କ ସ୍କୁଟରକୁ ଅଟକାଇଥିଲେ। ସ୍କୁଟର ସାମ୍ନାରେ ମୃତଦେହ ଦେଖି କିଛିଲୋକ ଭୟଭୀତ ହୋଇ ଯାଇଥିବା ବେଳେ ଆଉ କେତେଜଣ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଅମିତଙ୍କୁ ଗିରଫ କରିଛି।

ମତାମତ ଦିଅନ୍ତୁ ।