ଇସବଗୁଲ୍ ଭୁସି ଅନେକ ସମସ୍ୟାକୁ ଦୂର କରେ

ଇସବଗୁଲ୍ ବା ସାଇଲିୟମ ହସ୍କ। ଏହି ଭୁସି ପ୍ଲାଣ୍ଟେଗୋ ଓଭାଟୋ ବୃକ୍ଷରୁ ମିଳୁଥିବା ମଞ୍ଜିରୁ ପ୍ରସ୍ତୁତ। ଇସବଗୁଲ୍ ଏକ ଦ୍ରବଣୀୟ ଫାଇବର। ଯାହାକୁ ପାଣିରେ ମିଶାଇ ପିଆଯାଏ। ଏହାଛଡା ଖାଦ୍ୟରେ ମଧ୍ୟ ବ୍ୟବହାର ହୋଇଥାଏ। ପେଟ ସମସ୍ୟା ଓ କୋଠକାଠିନ୍ୟକୁ ଦୂର କରିବା ସହିତ ଓଜନ କମାଇବାରେ କରେ ସହାୟତା। ଆସନ୍ତୁ ଏ ସମ୍ପର୍କରେ ଜାଣିବା-

୧- ଇସବଗୁଲରେ ହାଇଗ୍ରୋସ୍କୋପିକ୍ ଗୁଣ ରହିଛି। ଯାହା ଡାଇଜେଷ୍ଟିଭ ସିଷ୍ଟମରେ ଅଧିକ ପାଣି ଶୁଖିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଫାଇବର କୋଷ୍ଠକାଠିନ୍ୟ ସମସ୍ୟା ଦୂର କରେ। ତେଣୁ କ୍ଷୀର ସହ ୨ଚାମଚ ଇସବଗୁଲ ମିଶାଇ ରାତିରେ ପିଇଲେ ସକାଳେ ଏହାର ଫାଇଦା ଅନୁଭବ କରିହେବ।

୨- ଇସବଗୁଲ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ। ଏଥିରେ ଥିବା ଜିଲୋଟିନ୍ ରକ୍ତ ଶର୍କରା ସ୍ତରକୁ କମ୍ କରିବାରେ ସାହାଯ୍ୟ କରେ।

୩- ପିତ୍ତ ଏସିଡକୁ ଇସବଗୁଲ ବାନ୍ଧିବା ସହ ଏଲଡିଏଲ୍ କୋଲେଷ୍ଟୋଲ ସ୍ତରକୁ କମ୍ କରିଥାଏ।

୪- ଇସବଗୁଲ ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୁଏ। ଶରୀରରେ ଟ୍ରାଇଗ୍ଲିସରାଇଡର ସ୍ତରକୁ କମ୍ କରି ହୃଦୟର ମାଂସପେଶୀକୁ ମଜବୁତ କରିଥାଏ। ଏହା ଲିପିଡର ସ୍ତରକୁ ବଢ଼ାଏ। ରକ୍ତଚାପକୁ କରେ ନିୟନ୍ତ୍ରଣ।

୫- ଓଜନ କମାଇବାରେ ସହାୟକ ହୋଇଥାଏ ଇସବଗୁଲ। ଓଜନ କମାଇବା ପାଇଁ ୨ଚାମୁଚ ଇସବଗୁଲ ପାଉଡରକୁ ୧ଗ୍ଲାସ୍ ପାଣିରେ କିମ୍ବା ଜୁସରେ ମିଶାଇ ପିଇଲେ ମିଳେ ଫାଇଦା। ଏହା ବ୍ୟତୀତ ଇସବଗୁଲକୁ ପାଣି କିମ୍ବା ଲେମ୍ବୁରସ ସହ ମିଶାଇ ପିଇଯାଇ ପାରିବ। ଏହା ଓଭରଇଟିଙ୍ଗକୁ ରୋକିବାରେ ସାହାଯ୍ୟ କରେ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।