April 3, 2020

ପୁରୁଷ ଅଧିକ ଆଚାର ଖାଇଲେ କ୍ଷତି

ଆଚାର ସମସ୍ତଙ୍କର ପସନ୍ଦ। ପାଟିକୁ ସୁଆଦିଆ ଲାଗୁଥିଲେ ଏହି ଆଚାର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଅତ୍ୟଧିକ ଖାଇବା ଅନୁଚିତ। ବିଶେଷକରି ପୁରୁଷଙ୍କ ପାଇଁ ଅଧିକ ଆଚାର ଖାଇବା ହାନିକାରକ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ଜାଣନ୍ତୁ ଏ ସମ୍ପର୍କରେ ଜାଣିବା।


ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ପୁରୁଷମାନେ ସବୁବେଳେ ଆଚାର କିମ୍ବା ଖଟା ଜାତୀୟ ଖାଦ୍ୟ ଖାଇଲେ ଯୌନ କ୍ଷମତା ହରାଇଥାନ୍ତି। ଆମ୍ବ ଆଚାରରେ ଅଷ୍ଟାମିପ୍ରିଡ୍‌ ନାମକ ଏକ ଯୌଗିକ ତତ୍ତ୍ୱ ରହିଛି। ଏହା ଆଚାରକୁ ଅଧିକ ଦିନ ସୁରକ୍ଷିତ ରଖିଥାଏ। ତେଣୁ ପୁରୁଷମାନେ ଏହାକୁ ଅଧିକ ମାତ୍ରାରେ ଖାଇବା କ୍ଷତିକାରକ। ସେହିପରି ଅଧିକ ଆଚାର ଖାଇଲେ ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ଦେଖାଯିବା ସହ କ୍ୟାନସର ଆଶଙ୍କା ରହିଥାଏ। ବ୍ଲଡ୍‌ପ୍ରେସର ରୋଗୀ ଆଚାର ଖାଇବା ଆଦୌ ଉଚିତ ନୁହେଁ। ଏଥିରେ ଲୁଣ ମିଶିଥିବାରୁ ହୃଦ୍‌ରୋଗୀଙ୍କ ପାଇଁ ମଧ୍ୟ ଆଚାର ହାନିକାରକ ହୋଇଥାଏ।

Leave a Reply

Your email address will not be published. Required fields are marked *