April 3, 2020

ବାସ୍ତୁ ଶାସ୍ତ୍ରରେ ଲୁଣ : ଘରର ଅନେକ ସମସ୍ୟା ଦୂର ହୁଏ

ବାସ୍ତୁ ଶାସ୍ତ୍ର ଅନୁସାରେ ଲୁଣ ସମସ୍ତ ନକରାତ୍ମକ ଶକ୍ତିକୁ ନଷ୍ଟ କରିଦେଇ ସକରାତ୍ମକ ଶକ୍ତିବୃଦ୍ଧି କରେ। ସୁଖ ଶାନ୍ତି ପାଇଁ ହୋଇଥାଏ ସହାୟକ। ତେବେ ଜାଣନ୍ତୁ ଲୁଣ ଦ୍ୱାରା କିପରି ସମସ୍ୟାର କରିହେବ ସମାଧାନ।

୧- ଘରେ ଛୋଟଛୋଟ ପିଲାଙ୍କୁ ଲୋକଙ୍କ କୁ ନଜର ପଡିଲେ ସେମାନେ କାନ୍ଦନ୍ତି। ଏହଦ୍ଵାର ଘରେ ଅଶାନ୍ତିର ବାତାବରଣ ସୃଷ୍ଟି ହୁଏ। ଏପରି ହେଉଥିଲେ ଦୃଷ୍ଟି ପଡିଥିବା ପିଲାକୁ ଚିମୁଟେ ଲୁଣରେ ଝାଡି ସେହି ଲୁଣକୁ ବୋହି ଯାଉଥିବା ପାଣିରେ ଭସେଇ ଦେଲେ ଦୃଷ୍ଟି ଦୋଷ ଦୂର ହୋଇଥାଏ।

୨- ଘରେ ବାସ୍ତୁ ଦୋଷ ଥିଲେ ନାନା ସମସ୍ୟା ଉପୁଜେ। ଶୁଭ କାର୍ଯ୍ୟରେ ବାଧା ଉପୁଜେ। ଏହା ବାସ୍ତୁଦୋଷର ପ୍ରଭାବ। ତେଣୁ ଏକ କାଚ ପାତ୍ରରେ କିଛି ଲୁଣ ବାଥ ରୁମର ଯେକୌଣସି କୋଣରେ ରଖି ଦିଅନ୍ତୁ। ମାସକ ପରେ କୌଣସି ଦିନ ଲୁଣକୁ ବାଥ ରୁମରେ ଫ୍ଲସ୍ କରିଦିଅନ୍ତୁ। ଦେଖିବେ ଘରର ସମସ୍ୟା ହଟିଯିବ। ବାସ୍ତୁ ଶାସ୍ତ୍ରରେ କାଚ ଓ ଲୁଣ ଉଭୟ ରାହୁଙ୍କ ପ୍ରତୀକ। ସେଥିପାଇଁ ଏହା ଘରର ବାସ୍ତୁଦୋଷ ଦୂର କରିବାରେ ସହାୟକ ହୋଇଥାଏ।

୩- ଘରେ ଏକା ରହିବାକୁ ଡର ଲାଗୁଥାଏ। କିମ୍ବା କୌଣସି ଆଭାସ ମିଳେ ଆପଣଙ୍କ ପଛେ ପଛେ କିଏ ବୁଲୁଛି। ଏପରି ହେଉଥିଲେ କାଚ ପାତ୍ରରେ କିଛି ଲୁଣ ଘରର ଯେ କୌଣସି କୋଣରେ ରଖି ଦିଅନ୍ତୁ। ଏହା ଦ୍ୱାରା ହୁଏତ ନକରାତ୍ମକ ଶକ୍ତି ଘରୁ ବାହାରି ଯିବ। ନଚେତ ଲୁଣ ଏହାକୁ ଅବଶୋଷ କରିନେବ।

୪- ପରିବାର ସଦସ୍ୟଙ୍କ ବ୍ୟବସାୟ ଓ ଚାକିରୀରେ ସମସ୍ୟା ଦେଖାଦେଉଥିଲେ ଏକ କାଚ ଗ୍ଲାସ୍‌ରେ ପାଣି ଭରନ୍ତୁ। ଗ୍ଲାସକୁ ସାମାନ୍ୟ ଖାଲି ରଖି ଏଥିରେ ସାମାନ୍ୟ ଲୁଣ ପକାଇ ଘରର ଦକ୍ଷିଣ-ପଶ୍ଚିମ କୋଣରେ ରଖି ଦିଅନ୍ତୁ। ମାସକ ପରେ ପାଣିକୁ ବହିଯାଉଥିବା ପାଣିରେ ଭସାଇ ଦିଅନ୍ତୁ। ଏହିପରି କିଛି ଦିନ କରନ୍ତୁ ଦେଖିବେ ସମସ୍ୟା ଆପେ ଆପେ ଅପସିର ଯିବ।

Leave a Reply

Your email address will not be published. Required fields are marked *