ଅଧିକ ଲୁଣ ଖାଇଲେ କମିବ ରୋଗ ପ୍ରତିରୋଧକ ଶକ୍ତି

ଲଣ୍ଡନ: ଆପଣମାନେ ଅଧିକ ଲୁଣ ଖାଉଛନ୍ତି କି ! ଏହାକୁ ଯଥା ସମ୍ଭବ କମ୍ କରନ୍ତୁ । ନଚେତ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି କମିବାର ଯଥେଷ୍ଟ ସମ୍ଭାବନା ରହିଛି । କେବଳ ସେତିକି ନୁହେଁ, ଅନେକ ଭୂତାଣୁ ଜନିକ ରୋଗ ମଧ୍ୟ ହୋଇପାରେ । ଲଣ୍ଡନର ସାଇନ୍ସ ଟ୍ରାନ୍ସଲେସନାଲ୍ ମେଡିସିନ୍ ପତିକ୍ରାରେ ଏଭଳି ଏକ ରିପୋର୍ଟ ପ୍ରକାଶ ପାଇଛି ।

ରିପୋର୍ଟରେ କୁହାଯାଇଛି ଯେ, ଜଣେ ବ୍ୟକ୍ତି ଦୈନିକ ୬ ଗ୍ରାମ ଲୁଣ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ । ଏତିକି ପରିମାଣର ଲୁଣ ଖାଇବା ଦୁଇଟି ଫାଷ୍ଟ ଫୁଡ୍ ମିଲ୍ ସହିତ ସମାନ। ଜଣେ ସୁସ୍ଥ ବ୍ୟକ୍ତିଙ୍କ ପାଇଁ ଦୈନିକ ୫ ଗ୍ରାମ୍ ଲୁଣ ଯଥେଷ୍ଟ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ ଏହା କୁହାଯାଇଛି । ସେହିପରି ମାତ୍ରାଧିକ ଲୁଣ ଖାଇଲେ ଶରୀର ଧୀରେ ଧୀରେ ଦୁର୍ବଳ ହୋଇଯିବ ବୋଲି ଜର୍ମାର ଖ୍ରୀଷ୍ଟିଆନ୍ କ୍ରୁଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କିଛି ପ୍ରାଣୀଙ୍କ ଉପରେ ଏନେଇ ପରୀକ୍ଷା କରାଯାଇଥିଲା । ୧୦୦ଟି ମୂଷାଙ୍କୁ ଲୁଣିଆ ଖାଦ୍ୟ ଖାଇବାକୁ ଦିଆଯାଇଥିଲା । କିଛିଦିନ ପରେ ଦେଖାଯାଇଥିଲା ଯେ ସେମାନେ କଫ ଓ ଯକୃତ ରୋଗରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ଶରୀର କ୍ଷୀଣ ହୋଇଯିବା ସହିତ ରୋଗ ପ୍ରତିରାଧକ ଶକ୍ତି କମିଥିଲା ।

ମତାମତ ଦିଅନ୍ତୁ ।