ମୁହଁରେ ଲଗାନ୍ତୁ କଲରା ପ୍ୟାକ୍‌: ଚମକିବ ଚେହେରା

ବର୍ତମାନ କରୋନା ଯୋଗୁଁ ସାରା ଦେଶରେ ଲକ୍‌ଡାଉନ୍ ଚାଲିଥିବାରୁ କେବଳ ଅତ୍ୟାବଶ୍ୟକ ଦୋକାନ ଗୁଡ଼ିକୁ ଛାଡ଼ିଦେଳେ ଆଉ ସବୁ ବନ୍ଦ ରହିଛି । ଫଳରେ ଯେଉଁମାନେ ନିୟମିତ ବିଉଟିପାର୍ଲର ଓ ସ୍ପା ସେଂଟର ଯାଉଥିଲେ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗରମ ଦିନ ଚାଲୁଥିବାରୁ ମୁହଁର ଉଜ୍ଜଳତା ଟିକେ କମିବା ଯାଇଥାଏ । ତେବେ ବିନା ପାର୍ଲର ଯାଇ ଘରେ ବସି କିପରି ନିଜର ମୁହଁର ଉଜ୍ଜଳତାକୁ ଫେରାଇ ଆଣିବେ ଜାଣନ୍ତୁ ସେ ସମ୍ପର୍କରେ ।

ଭୁବନେଶ୍ୱର: ଖରା ଦିନେ ସାଧାରଣତଃ ଲୋକମାନେ ସ୍ୱାସ୍ଥ୍ୟ ସହ ଜଡ଼ିତ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଗରମ ଦିନେ ଅଧିକାଂଶ ଲୋକଙ୍କର ଚର୍ମ ଜନିତ ସମସ୍ୟା ଦେଖାଯାଇଥାଏ । ଖରାଦିନେ ମୁହଁରେ ବ୍ରଣ ଓ ବଥ ଆଦି ବାହାରିଥାଏ । ଯଦି ଆପଣଙ୍କର ଏଭଳି କିଛି ସମସ୍ୟ।। ରହିଛି ତାହାଲେ ଘରେ ବସି ଏହାକୁ କିପରି ଦୂର କରିପାରିବେ ସେ ସମ୍ପର୍କରେ ଜାଣନ୍ତୁ ବିସ୍ତୃତ ଭାବେ ।
ମୁହଁରୁ ବ୍ରଣ ହଟାଇବା ପାଇଁ ଅନେକ ପ୍ରକାର ଘରୋଇ ଉପଚାର ରହିଛି । ମାତ୍ର ଏହା ଗୁରୁତ୍ୱପୂର୍ଣ୍ଣ ଅଟେ ଯେ ଆପଣ ଯେଉଁ ଉପାୟ ବ୍ୟବହାର କରୁଛନ୍ତି ତା ଦ୍ୱାରା ଏହା ଦୂର ହେବ ନା ନାହିଁ । କଲରା ଆମର ଚର୍ମ ଏବଂ ଚୁଟି ପାଇଁ ବହୁତ ଉପକାରୀ ଅଟେ । ଏଥିରେ ଶରୀରର କିଛି କ୍ଷତି ହୋଇ ନ ଥାଏ ଓ ଏଥିରେ ଥିବା ଆଂଟିଅକ୍ସିଡେଂଟ ଦ୍ୱାରା ଚର୍ମ ଏବଂ ଚୁଟିର ଗୁଣବତା ବଢ଼ିଥାଏ ।
କଲରାରେ ଭରପୁର ଆଂଟିଅକ୍ସିଡେଂଟ ଓ ଆଂଟିମାଇକ୍ରୋବିଏଲ ଗୁଣ ରହିଛି, ଯାହା ରକ୍ତକୁ ସଫା କରିଥାଏ । ସେହିପରି ଏହାକୁ ଏକ ବଢ଼ିଆ ଡିଟକ୍ସିଫାୟାର ଭାବେ ମଧ୍ୟ ଦେଖାଯାଇଥାଏ । କଲରାରେ ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବା ପାଇଁ ଏହାକୁ କାକୁଡ଼ି ସହିତ ମିଶାଇଲେ ଏଥିରେ ହାଇଡ୍ରୋଟିଙ୍ଗ ଗୁଣ ବିକଶିତ ହୋଇଥାଏ । ଫଳରେ ଗରମ ଦିନ ପାଇଁ ଏହା ଏକ ଜବରଦସ୍ତ ଫେସ ପ୍ୟାକ୍ ହୋଇଯାଇଥାଏ । ଏହାର ବ୍ୟବହାର କରି ଚର୍ମରେ ଥିବା ବ୍ୟାକ୍ଟେରିଆକୁ ମଧ୍ୟ ସଫା କରିପାରିବେ ।


କେମିତି ତିଆରି କରିବେ ଫେସ୍ ପ୍ୟାକ୍‌
ପ୍ରଥମେ କାକୁଡ଼ି ଓ କଲରାରୁ ମଞ୍ଜି ବାହାର କରି ଏହାକୁ ଭଲଭାବେ ଗ୍ରାଇଣ୍ଡିଂ କରି ମିଶାଇ ଦିଅନ୍ତୁ । ଏକ ଗାଢ଼ା ପେଷ୍ଟ ତିଆରି ହୋଇଗଲେ ଏଥିରେ ମହୁ ମିଶାଇ ଫେଂଟି ଦିଅନ୍ତୁ । କିଛି ସମୟ ଛାଡ଼ିଦେଲା ପରେ ପ୍ୟାକୁ ନେଇ ମୁହଁ ଏବଂ ବେକରେ ଲଗାଇ ୧୫ ମିନିଟ୍ ପାଇଁ ଶୁଖିବାକୁ ଛାଡ଼ିଦିଅନ୍ତୁ । ଭଲ ଭାବେ ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ଏବଂ ଏକ ଶୁଖିଲା ଟାୱେଲରେ ପୋଛି ଦିଅନ୍ତୁ ।


ତେଲିଆ ମୁହଁ ପାଇଁ କଲରା ଓ କମଳା ଫେସ୍ ପ୍ୟାକ୍
ଏହା ସେହିମାନଙ୍କ ପାଇଁ ଲାଭଦାୟକ ଯେଉଁମାନଙ୍କ ମୁହଁରେ ବ୍ରଣ ବାହାରିଥାଏ ଏବଂ ଅତ୍ୟଧିକ ତେଲିଆ ହୋଇଥାଏ । ଏହି ପ୍ୟାକ୍‌କୁ ପ୍ରସ୍ତୁତ କରିବା ଅତି ସହଜ ଅଟେ । ପ୍ରଥମେ ଗୋଟିଏ କଲରା ଏବଂ କିଛି ଶୁଖିଲା କମଳା ଚୋପା ନେଇ ତାକୁ ଗ୍ରାଇଣ୍ଡିଂ କରନ୍ତୁ । ମାତ୍ର ଗ୍ରାଇଣ୍ଡିଂ ପୁରା ପ୍ଲେନ ନ କରି ଟିକେ ଖଦଡ଼ା କରନ୍ତୁ । ପରେ ଏଥିରେ ଟିକେ ମୁଲତାନୀ ମାଟି ମିଶାଇ ଦିଅନ୍ତୁ । ଏହାକୁ ମୁହଁରେ ଲଗାଇବା ପୂର୍ବରୁ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ପରେ ଏହି ଖଦଡ଼ିଆ ପେଷ୍ଟକୁ ମୁହଁରେ ଧୀରେ ଧୀରେ ଘଷନ୍ତୁ ଏବଂ ଶୁଖିବା ପାଇଁ ୧୦ ମିନିଟ ଲାଗି ଛାଡ଼ି ଦିଅନ୍ତୁ । ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

ମତାମତ ଦିଅନ୍ତୁ ।