ଭିଟାମିନ ‘ଡି’ ଅଭାବ ନେଉଛି କରୋନା ଆକ୍ରାନ୍ତଙ୍କ ଜୀବନ

ନୂଆଦିଲ୍ଲୀ: ଶରୀରରେ ଭିଟାମିନ୍ ଡି ଅଭାବ ଯୋଗୁ କରୋନା ଆକ୍ରାନ୍ତଙ୍କ ଜୀବନ ଯାଉଛି। ବୈଜ୍ଞାନିକମାନେ ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜାଣିବାକୁ ପାଇଛନ୍ତି। ଆମେରିକା ଇଲିନୋଇସ୍ ନର୍ଥୱେଷ୍ଟର୍ଣ୍ଣ ୟୁନିଭର୍ସିଟିର ଗବେଷକମାନେ ଏନେଇ ସ୍ପଟ କରିଛନ୍ତି। ସେମାନେ ଜାଣିବାକୁ ପାଇଛନ୍ତି ଯେ କରୋନାରେ ପ୍ରାଣ ହରାଇଥିବା ରୋଗୀଙ୍କ ଠାରେ ଭିଟାମିନ ‘ଡି’ର ମାତ୍ରା କମ୍ ରହୁଛି।

ଏହାର ସେମାନେ ଏକ ତୁଳନାତ୍ମକ ଅଧ୍ୟାୟନ କରିବା ସହ ଏଥିରେ ଇଟାଲୀ, ସ୍ପେନ ଓ ବ୍ରିଟେନର କରୋନା ଆକ୍ରାନ୍ତଙ୍କୁ ସାମିଲ କରାଯାଇଥିଲା। ପ୍ରାଣ ହରାଇଥିବା ସମସ୍ତ ଗୁରୁତର ଭିଟାମିନ ‘ଡି’ ଅଭାବ ଜନିତ ସମସ୍ୟାରେ ଗ୍ରସିତ ଥିବା ଜଣାପଡିଥିଲା।

ଶରୀରରେ ଭିଟାମିନ ‘ଡି’ ଆବଶ୍ୟକତାକୁ ଔଷଧ ଦ୍ୱାରା ପୂରଣ କରିବା ସମ୍ଭବ, ହେଲେ ଏହା କଷ୍ଟସାଧ୍ୟ। ତେବ ପ୍ରାକୃତିକ ଭାବେ ସୂର୍ଯ୍ୟଙ୍କ କିରଣରୁ ଶରୀରରେ ରୋଗ ପ୍ରତିଶେଧକ ଶକ୍ତି ବୃଦ୍ଧି ଦ୍ୱାରା ହିଁ ଏହା ସମ୍ଭବ ବୋଲି ଗବେଷକମାନେ କହିଛନ୍ତି। ଏପର୍ଯ୍ୟନ୍ତ ଗବେଷଣା ସମ୍ପୂର୍ଣ୍ଣ ହୋଇନଥିବାରୁ ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ। ହେଲେ ବି କରୋନା ମୃତ୍ୟୁ ଭିଟାମିନ ‘ଡି’ ମଧ୍ୟ ଏକ ପ୍ରମୁଖ କାରଣ ବୋଲି ଲୋକେ ଜାଣିବା ଦରକାର ଗବେଷକମାନେ କହିଛନ୍ତି।

ମତାମତ ଦିଅନ୍ତୁ ।