ରୋଷେଇ ବେଳେ ୫ଟି କଥା ଉପରେ ଧ୍ୟାନ ଦିଅନ୍ତୁ

ନୂଆଦିଲ୍ଲୀ: ଆପଣ ପନିପରିବା କାଟିବା ପରେ ଧୋଇ ଦେଉଛନ୍ତି କି? ଶାଗ କାଟିବା ପରେ ପାଣିରେ ଭିଜେଇ ରଖୁଛନ୍ତି କି? କଂଚା କଦଳୀ କାଟିବା ପରେ ପାଣିରେ ବୁଡ଼ାଇ ରଖୁଛନ୍ତି କି? ତେବେ ଏସବୁ ଅଭ୍ୟାସ ଏବେଠୁ ଦୂର କରନ୍ତୁ । କାରଣ ଏହାଦ୍ୱାରା ସମସ୍ତ ପୋଷକ ତତ୍ୱ ନଷ୍ଟ ହୋଇଯାଏ । ଆଉ ଶରୀରକୁ ଯଥେଷ୍ଟ ଭିଟାମିନ୍ ମିଳେନି । ତେଣୁ ରୋଷେଇ କରିବା ବେଳେ କେଉଁ ଟିପସ୍ ଆପଣେଇବେ ତାହା ଏବେ ଆମେ ଆପଣଙ୍କୁ କହୁଛି, ଏଥିପ୍ରତି ଧ୍ୟାନ ଦେବା ଏକାନ୍ତ ଜରୁରି…

ବଡ଼ ଖଣ୍ଡରେ ପନିପରିବା କାଟନ୍ତୁ: ପନିବରିବା କାଟିବା ବେଳେ ଏହାକୁ ବଡ଼ ବଡ଼ ଖଣ୍ଡ କରି କାଟିବା ଆବଶ୍ୟକ । ଏହାଦ୍ୱାରା ପୋଷାକ ତତ୍ୱ ନଷ୍ଟ ହେବନି । ଅନେକ ପୁଷ୍ଟିକର ପନିପରିବା ଅଛି ଯାହା କାଟିବା ସମୟରେ ପାଣିରେ ତରଳି ଯାଏ, ତେଣୁ ପନିପରିବାକୁ ଛୋଟ ଛୋଟ ଖଣ୍ଡ କରି କାଟନ୍ତୁ ନାହିଁ । ଏହାଦ୍ୱାରା ଅଧିକ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ । ଆହୁରି ମଧ୍ୟ ପନିପରିବା ସିଝାଇବା ପରେ ଗ୍ରେଭି କିମ୍ବା ସୁପରେ ଛାଡିଥିବା ପାଣି ବ୍ୟବହାର କରି କିଛି ପୋଷକ ତତ୍ତ୍ୱ ସଞ୍ଚୟ ହୋଇପାରିବ ।

ପ୍ରେସର୍ କୁକର ବ୍ୟବହାର କରନ୍ତୁ: ଚିକେନ, ମଟନ ହେଉ କିମ୍ବା କିଛି ପନିପରିବା ଯାହା ରାନ୍ଧିବା ବେଳେ ଅଧିକ ସମୟ ଲାଗେ । ଏହାକୁ ପ୍ୟାନ କିମ୍ବା ହାଣ୍ଡିରେ ରାନ୍ଧିବା ଦ୍ୱାରା ଅଧିଳ ଜାଳ ଖର୍ଚ୍ଚ ହୁଏ । ଏହାଦ୍ୱାରା କିଛି ମାତ୍ରାରେ ପୋଷକ ମଧ୍ୟ ନଷ୍ଟ ହେବ । ତେଣୁ ରୋଷେଇ ବେଳେ ପ୍ରେସର୍ କୁକର ବ୍ୟବହାର କଲେ ଭଲ । ଏହା ଜାଳ ଖର୍ଚ୍ଚ କମ୍ କରିବା ସହିତ ଶୀଘ୍ର ରୋଷେଇ ହେବ । ପୁଷ୍ଟିକର ଖାଦ୍ୟ ମଧ୍ୟ ରହିବ ।

ଚୋପା ସହିତ ଖାଆନ୍ତୁ: କିଛି ପନିପରିବା ରହିଛି ଯେଉଁଥିରେ ଚୋପାରେ ପୁଷ୍ଟିକର ସାର ଭରପୂର ଥାଏ । ଯଥା; ବାଇଗଣ, କାକୁଡ଼ି କଖାରୁ ଭଳି ପରିବା । ଏହାର ଚୋଷା ବାହାର କରିଦେଲେ ପୁଷ୍ଟିକର ନଷ୍ଟ ହୋଇଯାଏ । ତେଣୁ ଏସବୁ ଚୋପା ସହିତ ଖାଇବା ଏକାନ୍ତ ଆବଶ୍ୟକ ।

ଢାଙ୍କୁଣି ଘୋଡ଼ାନ୍ତୁ: ଖୋଲାରେ ପନିପରିବା କିମ୍ବା ମସୁର ଡାଲି ରାନ୍ଧିବା ଦ୍ୱାରା ଅଧିକ ସମୟ ଲାଗେ । ଅତ୍ୟାବଶ୍ୟକ ପୋଷକ ତତ୍ୱ ମଧ୍ୟ ନଷ୍ଟ ହୁଏ । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଆପଣମାନେ ରୋଷେଇ ସମୟରେ ସବୁବେଳେ ଢାଙ୍କୁଣି ବ୍ୟବହାର କରିବା ଜରୁରି । ଏହାଦ୍ୱାରା ଇନ୍ଧନ ଖର୍ଚ୍ଚ କମିବା ସହିତ ଖାଦ୍ୟ ପୁଷ୍ଟିକର ରହିବ । କମ୍ ସମୟରେ ରୋଷେଇ ମଧ୍ୟ ହୋଇପାରିବ ।

ତେଲ, ମସଲା କମ୍ ବ୍ୟବହାର କରନ୍ତୁ: ରୋଷେଇ କରିବା ବେଳେ ଯଥା ସମ୍ଭବ ତେଲ, ମସଲା କମ୍ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । ଏହା ଶରୀର ପ୍ରତି ଲାଭଦାୟକ । ଏଥିପାଇଁ ପନିପରିବାକୁ ପ୍ରଥମେ ସିଝାନ୍ତୁ କିମ୍ବା ଭାଜନ୍ତୁ । ଏହାଦ୍ୱାରା ଅନେକ ଲାଭ ମିଳିବ ।

ମତାମତ ଦିଅନ୍ତୁ ।