ଓଜନ କମାଇବାକୁ ଚାହୁଛନ୍ତି; ପିଅନ୍ତୁ ଏହି ମସଲା ଡ୍ରିଙ୍କ

କରୋନା ମହାମାରୀ ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ୍ ଚାଲିଥିବାରୁ ଲୋକମାନେ ଘରେ ବନ୍ଦ ରହିଛନ୍ତି । ଫଳରେ ଦିନ ସାରା ଘରେ ବସି ବସି ଅନେକଙ୍କ ଓଜନ ବୃଦ୍ଧି ହୋଇଯାଇଛି । ତେବେ କିଛି ଲୋକ ଓଜନ କମାଇବାକୁ ଡାଇଟିଂ କରୁଥିବାବେଳେ ଅନ୍ୟ କିଛି କଠିନ ବ୍ୟାୟାମ କରିଥାନ୍ତି । ସେହିପରି କେତେକ ଲୋକ ବିଭିନ୍ନ ପ୍ରକାର ଘରୋଇ ଉପଚାରର ପ୍ରୟୋଗ କରିଥାନ୍ତି । ପଢ଼ନ୍ତୁ ସେହିପରି ଏକ ଘରୋଇ ଉପଚାର ସମ୍ପର୍କରେ । ଯାହା ଫଳରେ ଆପଣଙ୍କ ଓଜନ କମିବାରେ ସହାୟକ ହେବ ।

ଓଜନ ବୃଦ୍ଧିପାଇଲେ ଶରୀର ଅସୁନ୍ଦର ଦେଖାଯାଇଥାଏ । ଏହା ସହ ଅନେକ ରୋଗ ମଧ୍ୟ ମାଡ଼ିଆସେ । ତେଣୁ ବଢ଼ୁଥିବା ଓଜନ କମାଇବାକୁ ଲୋକମାନେ ଅନେକ ପ୍ରକାର କଠିନ ଅଭ୍ୟାସ ସହ ଡାଇଟିଂ କରିବାକୁ ବାଧ୍ୟ ହୋଇଥାନ୍ତି । ତେବେ ଘରେ ରହିବି କୌଣସି କଠିନ ବ୍ୟାୟାମ କିମ୍ବା ଡାଇଟିଂ ନ କରି ଆପଣ ନିଜର ଓଜନ କମେଇ ପାରିବେ । ହଁ କଥାଟି ବିଶ୍ୱାସ ହେଉ ନ ଥିଲେ ବି ସତ ଅଟେ । ଆପଣ ଘରେ ଏକ ପ୍ରକାର ସ୍ୱତନ୍ତ୍ର ମସଲା ଡ୍ରିଙ୍କ ତିଆରି କରି ତାହାକୁ ପିଇଲେ ଓଜନ କମିଯିବ । ସାଧାରଣତଃ ମସଲାର ବ୍ୟବହାର ଘରେ ଖାଦ୍ୟ ପ୍ରସ୍ତୁତ କରିବା ଲାଗି ହୋଇଥାଏ । ମାତ୍ର ମୋଟାପଣ କମାଇବା ପାଇଁ ଆପଣ ମଧ୍ୟ ଏହି ମସଲା ବ୍ୟବହାର କରିପାରିବେ ।


କେମିତି ପ୍ରସ୍ତୁତ କରିବେ ମସଲା ଡ୍ରିଙ୍କ
ଡ୍ରିଙ୍କ ପ୍ରସ୍ତୁତ ପାଇଁ ପ୍ରଥମେ ୨ରୁ ୩ଟି ତେଜପତ୍ର ଆଣି ଭଲ ଭାବେ ଧୋଇ ଛୋଟ ଛୋଟ ଖଣ୍ଡ କରି ଛିଣ୍ଡାନ୍ତୁ । ୩ରୁ ୪ଟି ଛୋଟ ଡାଲଚିନି ଖଣ୍ଡ, ଗୋଟିଏ ଚାମଚ ଜିରା ଓ ୨ଟି ଛୋଟ ଗୁଜୁରାତି ମିଶାନ୍ତୁ । ଏସବୁକୁ ପାଣିରେ ପକାଇ ଭଲ ଭାବେ ଫୁଟାଇ ଛାଣି ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ । ପରେ ଏହି ଡ୍ରିଙ୍କକୁ ଗୋଟିଏ ବୋତଲରେ ରଖି ଦିନରେ କମ୍ ସେ କମ୍ ୩ଥର ପିଅନ୍ତୁ କିଛି ଦିନ ପରେ ପରିବର୍ତନ ଦେଖିପାରିବେ ।
ଏହି ମସଲା ଡ୍ରିଙ୍କ ପ୍ରସ୍ତୁତ କରିବା ପାଇଁ ତେଜପତ୍ର, ଗୁଜୁରାତି, ଡାଲଚିନି, ଜିରାର ଆବଶ୍ୟକ ପଡ଼ିଥାଏ । ଅନେକ ପରୀକ୍ଷା ନିରୀକ୍ଷା ପରେ ଜଣା ପଡ଼ିଛି ଯେ, ଅଧିକ ଚିନ୍ତା କରୁଥିବା ଲୋକଙ୍କର ଓଜନ ବଢ଼ିଥାଏ । ତେଣେୁ ଗୁଜୁରାତି ସେମାନଙ୍କ ପାଇଁ ଏକ ଭଲ ଔଷଧ ଭାବେ କାମ ଦେବ । ସେହିପରି ଜିରାକୁ ଫୁଟା ପାଣିରେ ମିଶାଇ ପିଇଲେ ଓଜନ କମିଥାଏ । ତେଜପତ୍ରକୁ ଖାଦ୍ୟରେ ବାସ୍ନା ପାଇଁ ପକାଯାଉଥିବାବେଳେ ଶରୀରର ଓଜନ କମାଇବାରେ ଏହା ସହାୟକ ହୋଇଥାଏ । ଏଥିରେ ଥିବା ଆଂଟି ଅକ୍ସିଡେଂଟ ଓ ଭିଟାମିନ୍‌-ସି ବହୁତ ଲାଭଦାୟକ ହୋଇଥାଏ । ଏହା ଶରୀରର ପାଚନକ୍ରିୟା ବଢ଼ାଇବା ସହ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଡାଲଚିନି ହାଇ ବ୍ଲଡପ୍ରେସର କମ୍ କରିବାରେ ସହାୟକ ହୋଇଥାଏ । ଏହା ଛଡ଼ା ଏଥିରେ ଥିବା ପୌଷ୍ଟିକ ତତ୍ୱ ଓଜନ କମ୍ କରିବା ସହ ପାଚନ କ୍ରିୟାରେ ସୁଧାର କରିଥାଏ । ସକାଳୁ ଉଠି ନିତ୍ୟକର୍ମ ସାରି ଏହି ଡ୍ରିଙ୍କ ପ୍ରସ୍ତୁତ କରି ପିଇବା ସହ ଦିନରେ କମ୍ ସେ କମ୍ ୩ଥର ଏହାକୁ ପିଅନ୍ତୁ । ପାଣିରେ ଏଗୁଡ଼ିକୁ ଫୁଟାଇ ପିଇଲେ ଓଜନ କମିଥାଏ ।

ମତାମତ ଦିଅନ୍ତୁ ।