ଅଁଳା ବଢାଏ ରୋଗ ପ୍ରତିରୋଧକ ଶକ୍ତି

ଭାରତୀୟ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ଅନେକ ଫଳ, ଫୁଲ ଓ ଚେରମୂଳର ଔଷଧୀୟ ଗୁଣ ସମ୍ପର୍କରେ ସୂଚନା ଦିଆଯାଇଛି। ବ୍ୟବହାର ବିଧି ମଧ୍ୟ ଉଲ୍ଲେଖ ରହିଛି। କିନ୍ତୁ ତାହା ଜାଣିବାକୁ ଆମର ଆଗ୍ରହ ନାହିଁ। ଆମେ ଏଲୋପ୍ୟାଥିକ ଔଷଧ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ହୋଇପଡିଥିବାରୁ ପୁରୁଣା ଚିକିତ୍ସା ପଦ୍ଧତି ବିଷୟରେ ଚିନ୍ତା କରୁନାହୁଁ। ଏବେ ଏସବୁ ଜାଣିବା ପାଇଁ ସମୟ ଆସିଛି। ଆସନ୍ତୁ ଜାଣିବା ଆମ ବାଡି ବଗିଚାରେ ରହିଥିବା ଅଁଳାର ଔଷଧୀୟ ଗୁଣ ସମ୍ପର୍କରେ। ଅଁଳା ଫଳରେ ଆଣ୍ଟିଅକ୍ସିଡାଣ୍ଟ, ପୋଟାସିଅମ୍‌, କାର୍ବୋହାଇଡ୍ରେଟ, ଫାଇବର, ପ୍ରୋଟିନ, ଭିଟାମିନ, ମ୍ୟାଗ୍ନେସିଅମ, ଆଇରନ ଭରପୂର ମାତ୍ରାରେ ରହିଛି। ଏହାକୁ ସେବନ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିପାଏ।

୧- ଅଁଳା ଖାଇଲେ କେଶ ମଜବୁତ ହୁଏ। ଶୀଘ୍ର ଧଳା ହୁଏନାହିଁ।

୨- ଅଁଳା ଫଳ ଆଖି ପାଇଁ ବେଶ ଲାଭଦାୟକ।

୩- ମଧୁମେହ ରୋଗରେ ଆକ୍ରାନ୍ତ ବ୍ୟକ୍ତି ପ୍ରତିଦିନ ଅଁଳା ଖାଇବା ଉଚିତ୍‌।

୪- ଅଁଳା ଫଳ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢେ।

୫- ହୃଦରୋଗ ସମ୍ବନ୍ଧୀୟ ସମସ୍ୟା ଥିଲେ ପ୍ରତିଦିନ ଅଁଳା ଖାଇବା ଭଲ।

୬- ଅଁଳା ଖାଇଲେ ହାଡ ଗଣ୍ଠି ମଜବୁତ ହୋଇଥାଏ।

୭- ଅଁଳା ଖାଇଲେ ତ୍ଵଚାର ଚମକ ଫେରିଆସେ। ଚେହେରାର ଗ୍ଲୋ ପାଇଁ ଏହି ଫଳ ବି କମକରେ।

୮- ପ୍ରତିଦିନ ସକାଳେ ଖାଲି ପେଟରେ ଅଁଳା ଖାଇବା ସ୍ଵାସ୍ଥ୍ୟ ପାଇଁ ଲାଭଦାୟକ।

୯- ଅଁଳାକୁ ଲୁଣ ଦେଇ ଖରାରେ ଶୁଖାଇ ଖାଇଲେ ମିଳେ ଫାଇଦା।  

ମତାମତ ଦିଅନ୍ତୁ ।