‘ଖେଲା ହବେ’ ନାଁରେ ଯୋଜନା ଘୋଷଣା କଲେ ମମତା

କୋଲକାତା : ‘ଖେଲା ହବେ’ ନାମରେ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ୟରେ କ୍ରୀଡାର ବିକାଶ ଓ ଖେଳାଳୀଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷରେ ଏହି ପଦକ୍ଷେପ ନିଆଯାଇଛି। ଯୋଜନା ଅଧିନରେ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ପ୍ରତି କ୍ଲବକୁ ଫୁଟବଲ୍ ବଣ୍ଟନ କରିବ। ଯାହାଦ୍ୱାରା ଖେଳାଳୀମାନେ ଖେଳରେ ଉନ୍ନତି କରିବେ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଡାଏଲଗ ଥିଲା ‘ଖେଲା ହବେ’। ଯାହା ଖୁବ ଲୋକପ୍ରିୟ ହୋଇଥିଲା। ନିର୍ବାଚନ ସମୟରେ ଓ ନିର୍ବାଚନ ପରେ ଶାସକ-ବିରୋଧୀ ନେତାଙ୍କ ଭାଷଣରେ ସ୍ଥାନ ପାଉଥିଲା ଏହି ଡାଏଲଗ। ଦିଦିଙ୍କ ଖେଲା ହବେ ଓ ମୋଦିଙ୍କ ଖେଲ ଖତମ୍ ଡାଏଲଗ ପଶ୍ଚିମବଙ୍ଗ ଭୋଟରମାନଙ୍କ ପାଖରେ ଚର୍ଚ୍ଚାର ବିଷୟ ହୋଇଥିଲା।

ସମ୍ବନ୍ଧିତ ଖବର
between image and heading

Comments are closed.