ହେଲମେଟ୍ ଚେକିଂ ବେଳେ ବାଇକ୍ ଆରୋହୀଙ୍କୁ ମାଡ : ଲୋକେ ଥାନା ଘେରିଲେ

ରାଇରଙ୍ଗପୁର : ହେଲମେଟ୍ ଚେକିଂ ବେଳେ ବାଇକ୍ ଆରୋହୀଙ୍କୁ ପୋଲିସ ମାଡ ମାରିବାରୁ ଲୋକେ ଥାନା ଘେରାଉ କରିଛନ୍ତି। ଏହି ଘଟଣା ମୟୁରଭଞ୍ଜ ଜିଲ୍ଲା ଜାମଦା ଅଞ୍ଚଳରେ ଦେଖିବାକୁ ମିଳିଛି।

ଖବର ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲାର ଗଣପର୍ବ ମକର ଅବସରରେ ପାସନା ଗାଁର ଲୁଗୁ ହାଁସଦା ଜାମଦା ବଜାରକୁ କିଛି ଜିନିଷ କିଣିବାକୁ ଆସିଥିଲେ। ହେଲମେଟ୍ ପିନ୍ଧିନଥିବାରୁ ପୋଲିସ ତାଙ୍କୁ ଅଟକାଇଥିଲା। କିନ୍ତୁ ଅଟକିବା ଟିକେ ବିଳମ୍ବ କରିବାରୁ ପୋଲିସ କର୍ମୀଙ୍କ ଲାଠି ମାଡରେ ରକ୍ତାକ୍ତ ହୋଇଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଫାଇନ୍ ବଦଳରେ ପୋଲିସର ଏଇ ଜୁଲମକୁ ବିରୋଧ କରି ସ୍ଥାନୀୟ ଲୋକେ ଜାମଦା ଥାନା ଘେରାଉ କରିଥିଲେ। ତେବେ ପୋଲିସ ଆହତ ଯୁବକକୁ ବୁଝାସୁଝା କରି ଜାମଦା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।